ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’

ନୂଆଦିଲ୍ଲୀ: ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗେଇଛି ପ୍ରତିରକ୍ଷା ବିଭାଗ। ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଏହି ଡୋନକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରିବାରେ ବିଫଳ ହେବ । ଏବେ ଏୟାର ଷ୍ଟ୍ରାଇକ୍ ପାଇଁ ଆଉ ଫାଇଟର ଜେଟର ଆବଶ୍ୟକତା ପଡ଼ିବ ନାର୍ହିିଁ। ଶତ୍ରୁ ମାଟିରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ସକ୍ଷମ ଏହି ସ୍ୱଦେଶୀ ଡ୍ରୋନ ।

ଏହି ‘ନାଗାସ୍ତ୍ର-୧’ ସେନାର ମଳ ବଢ଼ାଇବ। ଏୟାରଷ୍ଟ୍ରାଇକରେ ସାହାଯ୍ୟ କରିବ ‘ନାଗାସ୍ତ୍ର-୧’। ଉଚିତ ସମୟରେ ଶତ୍ରୁଙ୍କ ଠିକଣାରେ କରିପାରିବ ଏୟାରଷ୍ଟ୍ରାଇକ। କେବଳ ସେତିିିକି ନୁହେଁ, ‘ନାଗାସ୍ତ୍ର-୧’କୁ ରାଡାର ମଧ୍ୟ ଧରିପାରିବନି ନାହିଁ। ଏହି ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ବଙ୍କର, କ୍ୟାମ୍ପ ଓ ଅସ୍ତ୍ରାଗାରକୁ କରିପାରିବ ଧ୍ୱସଂ।
ତେବେ ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ ମିଳିଛି। ସେନାକୁ ମୋଟ୍ ୪୫୦ଟି ଡ୍ରୋନ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।ଭାରତ-ଚୀନ୍ ସୀମା ନୁବ୍ରା ଘାଟିରେ ଏହାର ପରୀକ୍ଷଣ କରାଯାଇଛି।। ଡ୍ରୋନ୍‌ଟି ୧ରୁ ୪କିଜେର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା। ୪ହଜାର ୫ଶହ ମିଟର ଉପରେ ଉଡ଼ି ଶତ୍ରୁ ଠିକଣା ଧ୍ୱସଂ କରିବ। ୬୦ରୁ ୯୦ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ‘ନାଗାସ୍ତ୍ର-୧’। ୫ କିଲୋମିଟର ଜିପିଏସ୍ ଟାର୍ଗେଟ ରେଂଜ ରହିଛି ଏହାର।

ସମ୍ବନ୍ଧିତ ଖବର