ନୂଆଦିଲ୍ଲୀ: ରାମ ମନ୍ଦିରକୁ ନେଇ ଆଜି ଆରଏସଏସ ବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବଡ ବୟାନ ଦେଇଛି | ରାମ ମନ୍ଦିର ମାମଲାରେ ଆରଏସଏସ ପକ୍ଷରୁ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଯାହା ବି ରାୟ ପ୍ରକାଶ ପାଇବ ତାହାକୁ ସମସ୍ତେ ସ୍ୱୀକାର କରିବା ଆବଶ୍ୟକ | ରାୟ ପ୍ରକାଶ ପରେ ଦେଶରେ ବାତାବରଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବା ଆବଶ୍ୟକ |

Advertisment

ଦିଲ୍ଲୀରେ ଆରଏସଏସ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ଭୈୟାଜୀ ଯୋଶୀ ଉପସ୍ଥିତ ଥିଲେ | ରାମ ମନ୍ଦିର ବାବଦରେ ଆଜି ଆଲୋଚନା ହୋଇଥିଲା |


ଏଠାରେ ସୂଚନା ଥାଉ କି ଅଯୋଧ୍ୟାରେ ବାବ୍ରି ମସଜିଦ-ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ସମ୍ପୂର୍ଣ୍ଣ ହୋଇସାରିଛି | କୁହାଯାଉଛି ନଭେମ୍ବର ମାସରେ କୋର୍ଟ ରାୟ ପ୍ରକାଶ କରିପାରନ୍ତି | ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ୪୦ ଦିନ ଧରି ଶୁଣାଣି କରିଥିଲା |