ଅଯୋଧ୍ୟାରେ ଆର ଏସ ଏସର ଇଦ୍‌ ମିଳନ କାର୍ଯ୍ୟକ୍ରମ

ଅଯୋଧ୍ୟା: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର ଏସ ଏସ) ଅଯୋଧ୍ୟାରେ ଆୟୋଜନ କରିବ ଇଦ୍‌ ମିଲନ କାର୍ଯ୍ୟକ୍ରମ। ଦେଶରେ ଦିନକୁ ଦିନ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ବୃଦ୍ଧିି ପାଉଥିବା ବେଳେ ଏହି ଇଦ୍‌ ମିଳନ କାର୍ଯ୍ୟକ୍ରମ ଭାଇଚାରା ସମ୍ପର୍କ ବୃଦ୍ଧିି କରିବାରେ ସହାୟକ ହେବ ବୋଲି କୁହାଯାଉଛି।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର ଏସ ଏସ) ସହିତ ଅନୁବନ୍ଧିତ ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଆଜି ଅଯୋଧ୍ୟା ଠାରେ ଇଦ୍‌ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିବ। ମୁସଲିମ ରାଷ୍ଟ୍ରୀୟ ମଞ୍ଚର ଦାୟିତ୍ୱରେ ଥିବା ଆରଏସଏସର ବରିଷ୍ଠ ନେତା ଇନ୍ଦ୍ରେଶ କୁମାରଙ୍କ ସହିତ ଆର ଏସ ଏସର ବହୁ ବରିଷ୍ଠ ନେତା ଏହି ଇଦ୍‌ ମିଳନ କାର୍ଯ୍ୟକ୍ରମରେ ଯାଗ ଦେବେ। ଅଷ୍ଟାଦଶ ଶତାବ୍ଦୀର ସୁଫି ସନ୍ଥ ଶାହ ଇବ୍ରହିମ ଶାହଙ୍କ କବର ପୀଠ ଠାରେ ଆୟୋଜିତ ହେବାକୁ ଥିବା ଏହି ଇଦ୍‌ ମିଲନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସ୍ଥାନୀୟ ଆବାହକ ଡ. ଅନୀଲ ସିଂହ କହିଛନ୍ତି ଯେ ସନ୍ଥ ଶାହ ଇବ୍ରାହିମ ଶାହଙ୍କ ସମାଧିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାମାନେ ‘ଚାଦର’ ଚଢ଼ାଇବା ପରେ ଇଦ୍‌ ମିଲନ କାର୍ଯ୍ୟକ୍ରମ ଆରମ୍ଭ ହେବ। ପରେ ପରେ ସେଠାରେ ସୁଫିୟାନା ସଙ୍ଗୀତର କଓ୍ଵାଲି ଆୟୋଜିିତ ହେବା ସହିତ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର