ଶିଶୁ ବିଦ୍ୟା ମନ୍ଦିର ଭଳି ସୈନିକ ବିଦ୍ୟା ମନ୍ଦିର ସ୍ଥାପନ କରିବ ଆରଏସଏସ

ନୂଆଦିଲ୍ଲୀ: ଏଣିକି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସ ଦେଶର ସୈନିକ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ | ଏଥିପାଇଁ ଆରଏସଏସ ପକ୍ଷରୁ ଏକ ସ୍କୁଲ ଆରମ୍ଭ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି | ଏହି ସ୍କୁଲର ପରିଚାଳନା ବିଦ୍ୟାଭାରତୀ ପକ୍ଷରୁ କରାଯିବ | ସେହିପରି ସ୍କୁଲର ନାମ ପୂର୍ବତନ ସରସଂଘ ଚାଳକ ରାଜେନ୍ଦ୍ର ସିଂ ଓରଫ ରଜ୍ଜୁ ଭୈୟାଙ୍କ ନାମରେ ନାମିତ ହେବ |

ମିଳିଥିବା ସୂଚନା ମୁତାବକ ରଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ନାମରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏହି ସ୍କୁଲ ସ୍ଥାପନ କରାଯିବ | ଏଠାରେ ପିଲାମାନଙ୍କୁ ପାଠ ପଢ଼ାଯିବା ସହିତ ଭବିଷ୍ୟତରେ କିଭଳି ସଫଳ ସୈନିକ ହୋଇପାରିବେ ତାହା ବାବଦରେ ଶିକ୍ଷା ଦିଆଯିବ | ଏଠାରେ ସିବିଏସଇ ପାଠ୍ୟକ୍ରମରେ ପଢ଼ାଯିବା ସହ ଆସନ୍ତା ବର୍ଷ ଏପ୍ରିଲରୁ ପାଠପଢା ଆରମ୍ଭ କରାଯିବ |

ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣ ପିଲାଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସ୍କୁଲ ପ୍ରତିଷ୍ଠା କରାଯିବ |ଅବସର ନେଇଥିବା ସୈନିକମାନେ ଏଠାରେ ଶିକ୍ଷାଦାନ ଦେବାକୁ ଥିବାବେଳେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଏଠାରେ ପିଲାମାନେ ପଢିପାରିବେ |

ସମ୍ବନ୍ଧିତ ଖବର