କୁର୍ବାନୀ ନେଇ ମୁସଲିମ୍‌ ସଂପ୍ରଦାୟର ନୂଆ ଚିନ୍ତାଧାରା, କାଟିଲେ ଛେଳି ଚିତ୍ର ଥିବା କେକ୍‌

ଲକ୍ଷ୍ନୌ: ‘ଜାତୀୟ ମୁସଲିମ୍‌ ମଞ୍ଚ’ ପକ୍ଷରୁ ନିଆଯାଇଥିବା ଉଦ୍ୟମକୁ ଅନ୍ୟ ଧର୍ମର ଲୋକେ ମଧ୍ୟ ପ୍ରଶଂସା କରିଛନ୍ତି। ମଞ୍ଚ ପକ୍ଷରୁ ‘ବକରୀଦ’ ଅବସରରେ ‘ଛେଳି’ କୁର୍ବାନୀକୁ ବିରୋଧ କରିବାକୁ ଯାଇ ଛେଳି ଚିତ୍ର ଥିବା କେକ୍‌ କାଟିଛନ୍ତି। ଏହା ପରେ ଏହି କେକ୍‌କୁ ଲୋକମାନଙ୍କ ମଧ୍ୟରେ ବଣ୍ଟା ଯାଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଦେଖିବାକୁ ମିଳିଛି।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ‘ମୁସଲିମ ମଞ୍ଚ’ର ୨୦ରୁ ଅଧିକ ସଦସ୍ୟ ମଙ୍ଗଳବାର ସାଙ୍କେତିକ କୁର୍ବାନୀ ରୂପରେ ଏକ ବଡ଼ କେକ୍‌ କାଟିଛନ୍ତି। ଏହି ଅବସରରେ ମଞ୍ଚର ସହ ସଂଯୋଜକ ହାସନ କୌସର କହିଛନ୍ତି, ବକରୀଦରେ କୁର୍ବାନୀ ନାମରେ ପ୍ରତ୍ୟେକ ଘରେ ପଶୁମାନଙ୍କୁ ହତ୍ୟା କରାଯାଉଛି। ଏହା ଠିକ୍‌ କାମ ହେଉ ନାହିଁ।

ଘରେ ମାଂସ ରୋଷେଇ କରି ଅନ୍ୟମାନଙ୍କୁ ବିତରଣ କରିବା ଅପେକ୍ଷା ଏତେ ସଂଖ୍ୟାରେ ପଶୁକୁ ଦାନ ଦେବା ଦ୍ୱାରା ଗରୀବ ଲୋକଙ୍କର ମଙ୍ଗଳ ହେବ। କୌସର କହିଛନ୍ତି, କେକ୍‌ କାଟି ଆମେ ସାଂକେତିକ କୁର୍ବାନୀ ଦେଇଛୁ। ଏହାର ଅର୍ଥ ନୁହେଁ ଯେ, ଆମେ ପରଂପରା ତଥା ପ୍ରଥାକୁ ଭୁଲି ଯାଇଛୁ। ଆମେ ଏକ ପର୍ବ ପର୍ବାଣୀ ଦିନରେ ଏତେ ସଂଖ୍ୟାରେ ପଶୁଙ୍କୁ ହତ୍ୟା କରି କେଉଁ ଭଲ କାମ କରିପକାଉଛେ। ମୁସଲିମ ମଞ୍ଚର କାର୍ଯ୍ୟକ୍ରମ ପରେ ‘ଆରଏସଏସ’ର ସଂଗଠନ ପରୀକ୍ଷାମୂଳକ ଭାବରେ ପଶୁମାନଙ୍କୁ ବଧ କରିବା ଉପରେ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର