ନୂଆଦିଲ୍ଲୀ: ବିଦେଶାଗତ ଯାତ୍ରୀମାନଙ୍କ ପାଇଁ ଭାରତ ସରକାର ନୂଆ କୋଭିଡ୍-୧୯ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ଗାଇଡ୍ଲାଇନ୍ ଅନୁସାରେ, ଆଉ ୭୨ ଘଣ୍ଟିଆ ‘ଆର୍ଟି-ପିସିଆର୍’ ରିପୋର୍ଟ ଦରକାର ନାହିଁ, କିନ୍ତୁ ଯାତ୍ରୀମାନେ ସମ୍ପୂର୍ଣ୍ଣ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ।
ସେହିପରି, ‘ଏୟାର୍ ସୁବିଧା ପୋର୍ଟାଲ୍’ରେ ‘ସେଲ୍ଫ୍ ଡିକ୍ଲାରେସନ୍ ଫର୍ମ’ରେ ସମସ୍ତ ସୂଚନା ପୂରଣ କରିଥିବା ଏବଂ ‘ଆର୍ଟି-ପିସିଆର୍’ ଟେଷ୍ଟ୍ ରିପୋର୍ଟ ଅଥବା କୋଭିଡ୍-୧୯ ଟିକାକରଣ ସାର୍ଟିଫିକେଟ୍ ଅପ୍ଲୋଡ୍ କରିଥିବା ଯାତ୍ରୀମାନଙ୍କୁ ଏୟାର୍ଲାଇନ୍ ସବୁ ବିମାନ ଆରୋହଣ ପାଇଁ ଅନୁମତି ଦେଇପାରିବେ।
/sambad/media/post_attachments/wp-content/uploads/2022/02/int-arrivals.jpg)
ଏହାଛଡ଼ା, ବ୍ୟାପକ ଓମିକ୍ରନ୍ ସଂକ୍ରମଣ ମାମଲା ଥିବା କେତେକ ଦେଶ ପ୍ରତି ଚିହ୍ନିତ ‘ଆଟ୍ ରିସ୍କ୍’କୁ ମଧ୍ୟ କେନ୍ଦ୍ର ସରକାର ଉଠାଇ ଦେଇଛନ୍ତି। ୭ ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟିନ୍ ନିୟମ ମଧ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ, ପହଞ୍ଚିବାର ୧୪ ଦିନ ପର୍ଯ୍ୟନ୍ତ ଯାତ୍ରୀମାନେ ନିଜେ ନିଜର ସ୍ବାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖିବେ ବୋଲି ପରାମର୍ଶ ଦିଆଯାଇଛି।
ବିମାନବନ୍ଦର ଏବଂ ବନ୍ଦରଗୁଡ଼ିକରେ ଆଉ ‘ସାମ୍ପଲ୍’ ଦିଆଯିବ ନାହିଁ। ଯାତ୍ରୀମାନେ ‘ରାଣ୍ଡମ୍ ସାମ୍ପଲିଙ୍ଗ୍’ ପାଇଁ ନମୁନା ଦେଇ ବିମାନବନ୍ଦରରୁ ଚାଲିଯାଇ ପାରିବେ। ଗାଇଡ୍ଲାଇନ୍ ଅନୁସାରେ, ବିମାନବନ୍ଦରରେ ପହଞ୍ଚିବା ପରେ ବିମାନରେ ଥିବା ସମୁଦାୟ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୨%ଙ୍କର ‘ରାଣ୍ଡମ୍ ପୋଷ୍ଟ୍ ଆରାଇଭାଲ୍ ଟେଷ୍ଟିଙ୍ଗ୍’ କରାଯିବ।