ଲକ୍ଷ୍ନୌ (ଉତ୍ତରପ୍ରଦେଶ): ସୂଚନା ଅଧିକାର ଆଇନ୍ ବଳରେ ସୂଚନା ପ୍ରାପ୍ତ କରିବା ଏବେ ପ୍ରତି ଭାରତୀୟ ନାଗରିକର ଏକ ସାମ୍ବିଧାନିକ ଅଧିକାର। ତେବେ, ସୂଚନା ଅଧିକାର ଆଇନ ବଳରେ କ’ଣ ଆମେ ଭଗବାନଙ୍କର ଜନ୍ମ ପ୍ରମାଣ ପତ୍ର ମାଗି ପାରିବା? ଏପରି ଏକ ପ୍ରଶ୍ନକୁ ନେଇ ଏବେ ଦେଶରେ ଆରମ୍ଭ ହୋଇଛି ଚର୍ଚ୍ଚା। ସୂଚନା ଅଧିକାର ଆଇନ୍ ବଳରେ ଜନୈକ ସୂଚନା ଅଧିକାର କର୍ମୀ ଭଗବାନ କୃଷ୍ଣଙ୍କର ଜନ୍ମ ପ୍ରମାଣ ପତ୍ରର ନକଲ ସହ ଶ୍ରୀକୃଷ୍ଣ ଭଗବାନ ଥିଲେ ବୋଲି ପ୍ରମାଣ ଦେବାକୁ କୃଷ୍ଣ ଜନ୍ମଭୂମି ମଥୁରା କର୍ତ୍ତୃପକ୍ଷଙ୍କୁ ଏକ ନୋଟିସ ପଠାଇବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଗତମାସରେ ସମଗ୍ର ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଜନ୍ମାଷ୍ଟମୀ ଧୂମଧାମର ସହ ପାଳିତ ହୋଇଥିଲା। ଏହାପରେ ଛତିଶଗଡ଼ ବିଳାସପୁରର ଜନୈକ ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର କୁମାର ଜେନ୍ଦଲେ, ଭଗବାନ କୃଷ୍ଣଙ୍କର ଜନ୍ମ ପ୍ରମାଣ ପତ୍ର ସହ କୃଷ୍ଣ ଭଗବାନ ଥିଲେ ବୋଲି ପ୍ରମାଣ ଦେବାକୁ କୃଷ୍ଣ ଜନ୍ମଭୂମି ମଥୁରା କର୍ତ୍ତୃପକ୍ଷଙ୍କୁ ସୂଚନା ଅଧିକାର ଆଇନ ବଳରେ ଏକ ନୋଟିସ ପଠାଇଛନ୍ତି। ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଆଇନ୍ ଓ ଶୃଙ୍ଖଳା) ରମେଶ ଚାନ୍ଦ ଏହି ନୋଟିସ୍ ପାଇବା ପରେ ଏହାକୁ ‘ହାସ୍ୟାସ୍ପଦ ଓ ଅଯୌକ୍ତିକ’ ବୋଲି କହିଥିଲେ ସୁଦ୍ଧା ଏହି ନେଟିସ୍ର ଉତ୍ତର ଦେବାକୁ ନୋଟିସ୍ଟିକୁ ମଥୁରା ମୁନ୍ୟୁସିପାଲିଟି କମିଶନରଙ୍କ ନିକଟକୁ ପଠାଇ ଦେଇଛନ୍ତି, ଯିଏକି ମଥୁରାରେ ଜନ୍ମ ଓ ମୁତ୍ୟୁର ରେକର୍ଡ ରଖନ୍ତି।
/sambad/media/post_attachments/wp-content/uploads/2018/10/Krishna.jpg)
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଶ୍ୱାସ ରହିଛି ଭଗବାନ ଶ୍ରୀକୃଷ୍ଣ ‘ଦ୍ୱାପର ଯୁଗ’ରେ ମଥୁରାର ଏକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ, ଯାହାକୁ ଏବେ ଶ୍ରୀକୃଷ୍ଣ ଜନ୍ମଭୂମି ଭାବେ ପୂଜା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Krishna-Birth-Certificate_Thumbnail.jpg)