ରାଜ୍ୟସଭାରେ ପାସ ହେଲା ସୂଚନା ଅଧିକାର (ସଂଶୋଧନ) ବିଲ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ସୂଚନା ଅଧିକାର (ସଂଶୋଧନ) ବିଲ-୨୦୧୯ ପାରିତ  ହୋଇଛି । ଏହି ବିଲ ପାଇଁ ବାଚନିକ ଭୋଟ ହୋଇଥିଲା । ବିଲ ସପକ୍ଷରେ ୨୧୮ଟି ଓ ବିପକ୍ଷରେ ୭୯ଟି ଭେଟ ପଡିଥିଲା । ଏହି ବିଲ ଦ୍ୱାରା ୨୦୦୫ର ସୂଚନା ଅଧିକାର ଆଇନରେ ସଂଶୋଧନର ବ୍ୟବସ୍ଥା ରହିଛି ।

ଏହି ବିଲଟି ଆଇନରେ ପରିଣତ ହେଲେ କେନ୍ଦ୍ର ସରକାର ମୁଖ୍ୟ ସୂଚନା କମିଶନର, ସୂଚନା କମିଶନର, ରାଜ୍ୟ ମୁଖ୍ୟ ସୂଚନା କମିଶନର, ସୂଚନା କମିଶନରମାନଙ୍କ ନିଯୁକ୍ତି ମିଆଦ, ଦରମା ଓ ଅନ୍ୟ ସର୍ତ୍ତାବଳୀ ନିର୍ଦ୍ଧାରଣ କରିପାରିବେ ।

ଗତ ୨୨ ତାରିଖରେ ଲୋକସଭାରେ ଏହି ବିଲ ପାସ ହୋଇସାରିଛି । ରାଜ୍ୟସଭାରେ ପାସ ହେବାପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଏହା ଆଇନରେ ପରିଣତ ହେବ । ତେବେ କଂଗ୍ରେସ, ଟିଏମସି ସମେତ ଅନେକ ବିରୋଧୀ ଦଳ ଏହି ସଂଶୋଧନକୁ ବିରୋଧ କରୁଛନ୍ତି । ଏହି ସଂଶୋଧନ କରି ସରକାର ଆରଟିଆଇ ଆଇନକୁ କୋହଳ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର