ପାର୍ଲାମେଣ୍ଟ୍‌ରେ ଆର୍‌ଟିଆଇ ସଂଶୋଧନ ବିଲ୍‌କୁ ସମର୍ଥନ କରିବାରୁ ଟିଆର୍‌ଏସ୍‌, ଓ୍ଵାଇଏସ୍‌ଆର୍‌ସିପି ଏବଂ ବିଜେଡିକୁ ସମାଲୋଚନା କଲେ ପୂର୍ବତନ ଆର୍‌ଟିଆଇ ଅଧିକାରୀ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱାରା ଆଗତ ଆର୍‌ଟିଆଇ ସଂଶୋଧନ ବିଲ୍‌କୁ କାହିଁକି ସମର୍ଥନ କଲେ ବୋଲି ପଚାରି ପୂର୍ବତନ କେନ୍ଦ୍ର ସୂଚନା କମିସନର୍‌ ଶ୍ରୀଧର ଆଚାଯ୍ୟୁଲୁ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ବିଜୁ ଜନତା ଦଳକୁ ଚିଠି ଲେଖିଛନ୍ତି।

ଶ୍ରୀଧର ଲେଖିଛନ୍ତି: ଆର୍‌ଟିଆଇ (ସଂଶୋଧିତ) ବିଲ୍‌ ୨୦୧୯କୁ ଆପଣମାନେ ସମର୍ଥନ କରୁଥିବା ଓ ଏହା ସପକ୍ଷରେ ଭୋଟ୍‌ ଦେବାକୁ ଆପଣମାନଙ୍କ ରାଜ୍ୟସଭା ସଦସ୍ୟଙ୍କୁ କହିବା ଦେଖି ମୁଁ ଆଚମ୍ବିତ ହୋଇଗଲି। ମୁଁ ଜାଣେ ନା ଆପଣ କି, ଆପଣମାନଙ୍କ ସାଂସଦମାନେ ଏହି ବିଲ୍‌କୁ ପଢ଼ି ଏହାର ପ୍ରସ୍ତାବିତ ସଂଶୋଧନର ପ୍ରବର୍ତ୍ତନ ବୁଝିଛନ୍ତି ନା, ନାହିଁ।

Image Source: NDTV

ଦୟାକରି ଆପଣମାନଙ୍କ ଲିଗାଲ୍‌ ଟିମ୍‌ର ସହାୟତା ନେଇ ଦେଖନ୍ତୁ ଆପଣମାନଙ୍କ ସମର୍ଥନ ଯୋଗୁଁ ଏଇ ବିଲ୍‌ କିପରି ଆପଣମାନଙ୍କ ସାର୍ବଭୌମ କ୍ଷମତାକୁ ଅନ୍ତତଃପକ୍ଷେ ବର୍ତ୍ତମାନ ପାଇଁ ହତ୍ୟା କରିବ।

ଗୁରୁବାର ଦିନ ରାଜ୍ୟସଭା ବାଚନିକ ଭୋଟ୍‌ ଦ୍ୱାରା ଆଇଟିଆଇ ସଂଶୋଧିତ ବିଲ୍‌ ୨୦୧୯ ପାସ୍‌ କରାଇଛି। ପୂର୍ବରୁ ସୋମବାର ଦିନ ଏହା ଲୋକସଭାରେ ଅନୁମୋଦନ ଲାଭ କରିଥିଲା।

ସମ୍ବନ୍ଧିତ ଖବର