ବେଙ୍ଗାଲୁରୁ : ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ଏବଂ ଏହାର ଅନ୍ୟ ସହଯୋଗୀ ଦଳ ପରୋକ୍ଷରେ ବିଜେପିକୁ ସମାଲୋଚନା କରି କହିଥିଲେ ଯେ ଦେଶରେ ରବର-ଷ୍ଟାମ୍ପ୍ ରାଷ୍ଟ୍ରପତି ରହିବା ଉଚିତ ନୁହେଁ। ତେବେ ବିଜେପି ଏକ ଟ୍ବିଟ୍ ମାଧ୍ୟମରେ ଏହାର କଡ଼ା ଜବାବ ଦେଇଛି । କଂଗ୍ରେସ ନେତାମାନେ ନେହରୁ-ଗାନ୍ଧି ପରିବାରର କେବଳ ରବର ଷ୍ଟାମ୍ପ ବୋଲି ବିଜେପି କହିଛି।
ଏକ ଟ୍ୱିଟ୍ରେ କର୍ଣ୍ଣାଟକ ବିଜେପି ପ୍ରଶ୍ନ କରିଛି, ଆଦିବାସୀ ମହିଳା ସର୍ବୋଚ୍ଚ ପଦବୀକୁ ଯିବା କଂଗ୍ରେସ କାହିଁକି ସହ୍ୟ କରିପାରୁ ନାହିଁ। ଅନ୍ୟପକ୍ଷରେ ମହିଳା ସଶକ୍ତିକରଣ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଏହି କାରଣରୁ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରିଛି ବୋଲି ଏଥିରେ କୁହାଯାଇଛି। ବିଜେପି ଟ୍ୱିଟ୍ କରି କହିଛି, ଅବଦୁଲ କଲାମ, ରାମନାଥ କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ ସମସ୍ତେ ଏନଡିଏର ପସନ୍ଦ। କଂଗ୍ରେସ ଏଭଳି ଧାରାରେ ଦେଶକୁ ଆଗକୁ ନେବାପାଇଁ ସମର୍ଥ ନୁହେଁ ବୋଲି ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/bjp_flag-1_570_850.png)