ମୁମ୍ବାଇ : ଟେଲିଭିଜନ ରିଆଲିଟି ସୋ ‘ବିଗ୍ ବସ୍-୧୪’ର ଆଜି ଗ୍ରାଣ୍ଡ୍ ଫିନାଲେ ଥିଲା ଏବଂ ଏଥିରେ ରୁବିନା ଦିଲେକ ବିଜେତା ଘୋଷିତ ହୋଇଛନ୍ତି। ପୂର୍ବରୁ ଅନ୍ୟତମ ପ୍ରତିଯୋଗୀ ରାକ୍ଷୀ ସାୱନ୍ତ ବିଗ୍ ବସ୍୧୪ରୁ ହଟି ଯାଇଥିଲେ ଏବଂ ସେ ୧୪ ଲକ୍ଷ ଟଙ୍କା ନେଇ ସୋ ଛାଡ଼ି ଦେଇଥିଲେ। ଆଜି ବିଜେତା ୩୬ ଲକ୍ଷ ଟଙ୍କା ପୁରସ୍କାର ପାଇଁ ଖେଳିଥିଲେ ଏବଂ ମୁକାବିଲା ବେଶ୍ ରୋଚକ ଥିଲା। ଅନ୍ୟତମ ପ୍ରତିଯୋଗୀ ଅଲି ଗୋନି କମ୍ ଭୋଟ୍ ପାଇ ସୋ’ରୁ ବିଦା ହୋଇଯିବାରୁ ପ୍ରଥମ ୩ ଜଣଙ୍କ ମଧ୍ୟରେ ରୁବିନା ଦିଲେକ, ନିକ୍କି ତମ୍ବୋଲି ଏବଂ ରାହୁଲ ବୈଦ୍ୟ ରହିଥିଲେ। ଏହା ପରେ ନିକ୍କି ତମ୍ବୋଲି ବିଗ୍ ବସ୍ ଘରୁ ବିଦାୟ ନେଇଥିଲେ । ବିଗ୍ ବସ୍ ୧୪ର ଫ୍ୟାନ୍ ପେଜ୍ ମୁତାବକ ନିକ୍କି ତମ୍ବୋଲିଙ୍କୁ ବହୁତ କମ୍ ଭୋଟ୍ ମିଳିବାରୁ ସେ ସୋ’ରୁ ବାହାର ହୋଇଯାଇଥିଲେ। ବୈଦ୍ୟ ଏବଂ ରୁବିନାଙ୍କ ମଧ୍ୟରେ ମୁକାବିଲାରେ ରୁବିନା ବାଜି ମାରି ନେଇଛନ୍ତି। ବଲିଉଡ ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଏହି ସୋ’ରେ ଆଜି ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ଅଭିନେତା ଧର୍ମେନ୍ଦ୍ର ଷ୍ଟେଜ୍ରେ ନାଚିଥିବା ଦେଖିବାକୁ ମିଳିଥିଲା।
‘ବିଗ୍ ବସ୍ ୧୪’ ବିଜେତା ହେଲେ ରୁବିନା ଦିଲେକ୍
ରାହୁଲ ବୈଦ୍ୟ ଦ୍ବିତୀୟ ସ୍ଥାନରେ
/sambad/media/post_attachments/wp-content/uploads/2021/02/rubina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)