ବରେଲି: ସ୍ୱାମୀ ଅତ୍ୟାଚାର କରୁଥିଲେ ଆଉ ତିନି ତଲାକ ମଧ୍ୟ ଦେଲେ | ଆଉ ସ୍ୱାମୀଙ୍କ ଏଭଳି କାରନାମା ପରେ ଭାଙ୍ଗିପଡିନଥିଲେ ରୁବିନା ଖାନ୍ | ବଡ କଥା ଯେ ସ୍ୱାମୀ ତଲାକ ଦେବା ପରେ ବର୍ତ୍ତମାନ ରୁବିନା, ପୁଷ୍ପା ଦେବୀ ହୋଇଛନ୍ତି। ସେ ହିନ୍ଦୁ ଧର୍ମ ଗ୍ରହଣ କରି ଆଜି ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି । ରୁବିନା କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଥିଲେ । ସେ ପ୍ରତିଦିନ ମଦ ପିଇବା ପରେ ତାଙ୍କୁ ମାଡ ମାରୁଥିଲେ ଏବଂ ତା’ପରେ ସେ ଏକ ସପ୍ତାହ ପୂର୍ବରୁ ତିନିଥର ତଲାକ ତଲାକ ତଲାକ କହି ଘରୁ ତଡ଼ିଦେଇଥିଲେ । ଏହା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରେମ କୁମାର(ବର୍ତ୍ତମାନର ସ୍ୱାମୀ) ରୁବିନାଙ୍କୁ ଏଭଳି ନ କରିବାକୁ ଅନୁରୋଧ କରିଥିଲେ |

Advertisment

ଯାହା ପରେ ରୁବିନା ଖାନ ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରେମ କୁମାରଙ୍କୁ ବିବାହ କରିଛନ୍ତି। ଉତ୍ତରପ୍ରଦେଶ ବରେଲିର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ବରେଲିର ସୁଭାଷ ନଗର ପୁଲିସ ଷ୍ଟେସନ ଅଞ୍ଚଳର ମାଢ଼ୀନଥରେ ଥିବା ଏକ ଆଶ୍ରମରେ ରୁବିନା ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏବଂ ପରେ ସେ ହିନ୍ଦୁ ଯୁବକ ପ୍ରେମ କୁମାରଙ୍କୁ ବିବାହ କରିଥିଲେ। ରୁବିନା ଖାନ ଓରଫ ପୁଷ୍ପା କହିଛନ୍ତି ଯେ ୯ ବର୍ଷ ପୂର୍ବେ ସେ ଉତ୍ତରାଖଣ୍ଡର ହାଲଡୱାନି ନିବାସୀ ଶୋଏବଙ୍କୁ ବିବାହ କରିଥିଲେ। ଏହା ପରେ ତାଙ୍କର ୩ ପୁଅ ଜନ୍ମ ନେଇଥିଲେ, କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ସନ୍ଦେହ କରୁଥିଲେ |

ସେ ପ୍ରତିଦିନ ତାଙ୍କୁ ପିଟୁଥିଲେ। ଏହି ସମୟରେ ସେ ପ୍ରେମ କୁମାରଙ୍କୁ ଭେଟିଥିଲେ। ପ୍ରେମ ରୁବିନାଙ୍କ ସ୍ୱାମୀ ଶୋଏବଙ୍କର ଜଣେ ବନ୍ଧୁ, ତେଣୁ ସେ ପ୍ରତିଦିନ ତାଙ୍କ ଘରକୁ ଯାଉଥିଲେ | ଏହି ସମୟରେ ରୁବିନା ଅନୁଭବ କଲେ ଯେ ପ୍ରେମ କୁମାର ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସହ ସେ ସାରା ଜୀବନ ବିତାଇ ପାରିବେ। ତେବେ ଯେତେବେଳେ ଶୋଏବ ରୁବିନାଙ୍କୁ ଛାଡପତ୍ର ଦେଇଥିଲେ, ପ୍ରେମ କୁମାର ରୁବିନାଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କ ସହ ବିବାହ କରିବାକୁ କଥା ଦେଇଥିଲେ | ଆଉ ଆଜି ହିନ୍ଦୁ ରୀତିନୀତି ଅନୁଯାୟୀ ପୁଷ୍ପାଙ୍କୁ ବିବାହ କରିଛନ୍ତି |