ଟ୍ରକ୍‌ ଚଳାଉଥିବା ସମୟରେ ଚାଳକଙ୍କୁ ହେଲା ହୃଦଘାତ, ଘଟିଲା ଏମିତି ଘଟଣା

ଭୋପାଳ: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ନିକଟ ବାଇପାସ୍‌ରେ ଗତ ମଙ୍ଗଳବାର ଏକ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଭର୍ତ୍ତି ଥିବା ଏକ ଟ୍ରକ ନେଇ ଯାଉଥିବା ସମୟରେ ହଠାତ ଚାଳକଙ୍କୁ ହୃଦ୍‌ଘାତ ହୋଇଥିଲା। ଫଳରେ ଚାଳକ ତିନିଜଣ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ବାଇପାସ୍‌ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ଭିତରକୁ ପଶି ଆସିଥିଲେ।

ଏହି ଦୁର୍ଘଟଣାରେ ଟ୍ରକ୍‌ ଷ୍ଟିୟରିଂ ଉପରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପେଟ୍ରୋଲ ଭରିବା ପାଇଁ ଆସିଥିବା ୪ଜଣ ଲୋକ ଆହତ ହୋଇଥିଲେ। ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଦୁଇଜଣଙ୍କ ଅବସ୍ଥା ଏହି ଦୁର୍ଘଟଣାରେ ଗମ୍ଭୀର ଥିବା ହେତୁ ଦୁହିଁଙ୍କୁ ଭୋପାଳ ସ୍ଥାନାନ୍ତର କରାଯାଇଛି। ମୃତ ଟ୍ରକ ଚାଳକଙ୍କ ନାମ ରୋହିତ ସିଂହ, ସେ ରାଜଗଢ଼ ଜିଲ୍ଲାର ନରସିଂହଗଡରେ ବସବାସ କରୁଥିବା ବୋଲି ଜଣାପଡ଼ିଛି। ଡାକ୍ତର ଟ୍ରକ୍‌ ଚାଳକଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦଘାତ ହେତୁ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର