ସଂସଦରେ ରବି ଶଙ୍କରଙ୍କ ମନ୍ତବ୍ୟକୁ ବିରୋଧ କଲେ ରୁଡ୍ଡି

ନୂଆଦିଲ୍ଲୀ: ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କର ଏକ ମନ୍ତବ୍ୟକୁ ଆଜି ସଂସଦରେ ତାଙ୍କର ଜଣେ ଦଳୀୟ ସହକର୍ମୀ ବିରୋଧ କରିଛନ୍ତି। ରବି ଶଙ୍କର ସଂସଦରେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେବଳ ରାଜ୍ୟ ପରିଚାଳିତ ଟେଲିକମ୍‌ କମ୍ପାନି ତଥା ବିଏସ୍ଏନ୍ଏଲ୍‌ ଏବଂ ଏମଟିଏନଏଲ୍‌ ଗ୍ରାହକଙ୍କୁ ମାଗଣା ସୁବିଧା ଯୋଗାଉଛନ୍ତି। କିନ୍ତୁ ରବି ଶଙ୍କରଙ୍କ ଏହି ଟିପ୍ପଣୀକୁ ତୁରନ୍ତ ବିରୋଧ କରିଥିଲେ ଦଳୀୟ ସାଂସଦ ରାଜୀବ ପ୍ରତାପ ରୁଡ୍ଡି । ସେ କହିଥିଲେ ଯେ ଅନ୍ୟ ଘରୋଇ କମ୍ପାନିଗୁଡ଼ିକ ମଧ୍ୟ ମାଗଣା ସୁବିଧା ଦେଉଛନ୍ତି। ତେବେ ଏହାର ଉତ୍ତରରେ ରବି ଶଙ୍କର କହିଥିଲେ ଘରୋଇ କମ୍ପାନି ଗୁଡ଼ିକ କେବଳ ଅଳ୍ପ କିଛି ଦିନ ପାଇଁ ମାଗଣା ସେବା ଦେଉଛନ୍ତି, କିନ୍ତୁ ବିଏସଏନଏଲ୍‌ ଏବଂ ଏମ୍‌ଟିଏନଏଲ୍‌ ପ୍ରାକୃତିକ ବିପର୍ଯ୍ୟୟ ଶେଷ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ମାଗଣା ସୁବିଧା‌ ଦେଉଛନ୍ତି।

ସମ୍ବନ୍ଧିତ ଖବର