କେପଟାଉନ : ସଡ଼କ ଦୁର୍ଘଟଣାରେ ବିଶ୍ବ କ୍ରିକେଟର ପ୍ରସିଦ୍ଧ ଅମ୍ପାୟାର ରୁଡି କର୍ଟଜେନ ମୃତ୍ୟବରଣ କରିଛନ୍ତି । ମଙ୍ଗଳବାର ସକାଳେ ସେ କେପଟାଉନରୁ ନେଲସନ ମାଣ୍ଡେଲା ବେ ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

Advertisment

ତାଙ୍କ ପୁଅ ରୁଡି କର୍ଟଜେନ ଜୁନିଅର କହିଛନ୍ତି ଯେ, କେପଟାଉନରେ ଅନୁଷ୍ଠିତ ହୋଇଥିବା ଏକ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ତାଙ୍କ ବାପା ଓ ତାଙ୍କ କେତେକ ବନ୍ଧୁ ଯାଇଥିଲେ । ସେମାନେ ସୋମବାର ଫେରିବାର ଥିଲେ ବି ମଙ୍ଗଳବାର ସକାଳେ ଫେରୁଥିଲେ । ରିଭର୍ସଡେଲଠାରେ ସେମାନଙ୍କ କାର ଆଉ ଏକ ଗାଡ଼ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥ​ଳରେ ରୁଡି ଓ ଆଉ ୩ ଜଣ ମୃତ୍ୟୁବରଣ କରିଥିଲେ ।

ଦକ୍ଷିଣ ଆଫ୍ରିକା ରେଳ ବିଭାଗରେ ଜଣେ କ୍ଲର୍କ ଭାବେ କାମ କରୁଥିବା ରୁଡି ଯୁବାବସ୍ଥାରେ କ୍ଲବ କ୍ରିକେଟ ଖେଳୁଥିଲେ । ପରେ ୧୯୮୧ରେ ସେ ଅମ୍ପାୟାରିଂ ଆରମ୍ଭ କରିଥିଲେ । ଏହାର ୧୧  ବର୍ଷ ପରେ ପୋର୍ଟ ଏଲିଜାବେଥଠାରେ ସେ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଅମ୍ପାୟାରିଂ ଆରମ୍ଭ କରିଥିଲେ ।

ସେ ମୋଟ ୧୦୮ଟି ଟେଷ୍ଟ, ୨୦୯ଟି ଦିନିକିଆ, ୧୪ଟି ଟି-୨୦ ମ୍ୟାଚରେ ଅମ୍ପାୟାରିଂ କରିଥିଲେ । ୨୦୧୦ରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏକ ଟେଷ୍ଟ ମ୍ୟାଚରେ ସେ ଶେଷ ଥର ପାଇଁ ଅମ୍ପାୟାରିଂ କରିଥିଲେ ।