କୋଲକାତା: ଦଶହରା ଆସିଲେ ସଜେଇ ହୁଏ କୋଲକତା । ରୂପସୀ ରୁହେ କୋଲକାତାର ରାସ୍ତାଘାଟ, ଗଳିକନ୍ଦି, ହାଟବଜାର । କୁହାଯାଏ ଦଶହରା ସମୟରେ କୋଲକାତାରେ ପାହେନି ରାତି । ଏଠି ମେଢ ବୁଲୁବୁଲୁ କେତେବେଳେ ଦିନ ହୁଏ କେତେବେଳେ ହୁଏ ରାତି ଜଣାପଡେନି । ବିଭିନ୍ନ ଥିମକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ମେଢ ଓ ପେଣ୍ଡାଲ ହେଉଥିବା ବେଳେ ଲୋକଙ୍କ ମନ ମୋହୁଛି ରୁଦ୍ରାକ୍ଷରେ ପେଣ୍ଡାଲ।
/filters:format(webp)/sambad/media/media_files/2025/09/27/vlcsnap-2025-09-27-17h51m41s616-2025-09-27-18-43-26.png)
କୋଲକାତାର ଚେତଲା ଅଗ୍ରଣୀ ପୂଜା ପେଣ୍ଡାଲରେ ଏଭଳି ଦେଖିବାକୁ ମିଳିଥିବା ବେଳେ ୩ କୋଟି ରୁଦ୍ରାକ୍ଷରେ ଏହି ପେଣ୍ଡାଲ ନିର୍ମାଣ ହେଇଛି । ତେବେ ନେପାଳ, ଇଣ୍ଡୋନେସିଆ, ଜାପାନରୁ ଆସିଛି ସବୁ ରୁଦ୍ରାକ୍ଷ । ଅମୃତ କଳସ ଥିମରେ ଏଥରକ ଏହି ପେଣ୍ଡାଲ ପ୍ରଶଂସା ସାଉଁଟିଛି । ସମୁଦ୍ର ମନ୍ଥନରୁ କେମିତି ଅମୃତ ଓ ବିଷ ବାହାରୁଚି । ଅସତ୍ୟ ଉପରେ ସତ୍ୟର ଜୟ ହେଉଛି ତାକୁ ଦେଖେଇବାକୁ ଚେଷ୍ଟା କରିଛି ଏହି ପୂଜା କମିଟି । ସେପଟେ ରୁଦ୍ରାକ୍ଷରେ ବିଶାଳ ଶିବଲିଙ୍ଗ ବି ଦେଖିବାକୁ ମିଳିଛି । ଭିନ୍ନ ଥିମରେ ଏହି ପେଣ୍ଡାଲ ନିର୍ମାଣ ହୋଇଥିବା ବେଳେ ଦର୍ଶକ ମାନଙ୍କର ପ୍ରବଳ ଗହଳି ଲାଗିଛି ।
/filters:format(webp)/sambad/media/media_files/2025/09/27/vlcsnap-2025-09-27-17h52m27s601-2025-09-27-18-43-39.png)
କୋଲକାତା ସହ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଦୁର୍ଗା ମେଢ ଏବଂ ଦଶହରା ବାବଦରେ ଜାଣିବାକୁ ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/27/new-project-4-2025-09-27-18-42-51.jpg)