ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର କରୋନା ମୁକାବିଲା ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। କରୋନା ମୁକାବିଲାକୁ ନେଇ ଗତ ଦିନମାନଙ୍କରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ସମୀକ୍ଷା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି। ସୂତ୍ର ଅନୁସାରେ ନୂଆ ରଣନୀତିରେ ୭ଟି ବିନ୍ଦୁ ରହିଛି। ପ୍ରଥମ ବିନ୍ଦୁରେ କରୋନା ପ୍ରଭାବିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ବଫର ଜୋନ୍ କରି ସିଲ୍ କରି ଦିଆଯିବ। ପ୍ରଭାବିତ ଅଞ୍ଚଳକୁ ଗୋଟିଏ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଯୋଜନା ରହିଛି। ଦ୍ବିତୀୟ ବିନ୍ଦୁରେ କରୋନା ପ୍ରଭାବିତ ଅଞ୍ଚଳରେ କୌଣସି କାର୍ଯ୍ୟାଳୟ ଓ ଦୋକାନ ଖୋଲାଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଏହି ଅଞ୍ଚଳରେ ଚାରି ସପ୍ତାହରେ କୌଣସି କରୋନା ରୋଗୀ ଚିହ୍ନଟ ନ ହେବା ସ୍ଥିତିରେ ପ୍ରତିବନ୍ଧକୁ ଉଠାଇ ନିଆଯିବ। ତୃତୀୟ ବିନ୍ଦୁରେ ରେନ୍ଡମ୍ ପରୀକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ଯାହା କରୋନା ହଟ୍ସ୍ପଟ୍ ଅଞ୍ଚଳଗୁଡ଼ିକରେ କରାଯିବ। ଏତଦ୍ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ବିନ୍ଦୁଗୁଡ଼ିକରେ କରୋନା ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ନୂଆ ଗାଇଡଲାଇନ୍ ପ୍ରସ୍ତୁତ କରାଯିବା ସହିତ ସେହି ରୋଗୀମାନଙ୍କୁ ସେହି ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ରଖାଯିବ, ଯାହା କେବଳ ଏହି ମହାମାରୀକୁ ନିୟନ୍ତ୍ରଣ କରାଯିବା ପାଇଁ କାର୍ଯ୍ୟ କରିବ। ନୂଆ ରଣନୀତି ଅନୁସାରେ କେନ୍ଦ୍ରୀୟକୃତ ବ୍ୟବସ୍ଥାରେ ଯେଉଁଠାରେ ରୋଗୀମାନଙ୍କର ସମସ୍ତ ଧ୍ୟାନ ରଖିବାରେ ସହାୟକ ହେବ। ସେଠାରେ ଅନ୍ୟ ରୋଗୀମାନଙ୍କର ସଂକ୍ରମଣ ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ।
କେନ୍ଦ୍ରର କରୋନା ମୁକାବିଲା ରଣନୀତିରେ ବ୍ୟାପକ ପରିବର୍ତ୍ତନ ହେବ
/sambad/media/post_attachments/wp-content/uploads/2020/04/2Corona_Doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)