କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେବା ପରେ ‘ସଂଶୋଧିତ ନାଗରିକ ଆଇନ’ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯିବ: ଅମିତ ଶାହ

ନୂଆଦିଲ୍ଲୀ: ମହାମାରୀ ଯୋଗୁଁ ‘ସଂଶୋଧିତ ନାଗରିକ ଆଇନ’ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇ ପାରିନାହିଁ। କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହୋଇ କରୋନାଭାଇରସ୍‌ ଶୃଙ୍ଖଳ ଛିନ୍ନ କରାଯିବା ପରେ ସେ ବିଷୟ ବିଚାର କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ଶାହ କହିଛନ୍ତି, ‘ସିଏଏ’ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇ ପାରିନାହିଁ। କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଏଭଳି ଏକ ବ୍ୟାପକ ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ। ଟିକାକରଣ ଆରମ୍ଭ ହୋଇ କରୋନାଭାଇରସ୍‌ ଶୃଙ୍ଖଳ ଛିନ୍ନ ହେବା ପରେ ଆମେ ସେ ବିଷୟ ବିଚାର କରିବୁ।

Image Courtesy of Hindustan Times

ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରି ଶାହ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଫଳତାରୁ ଜନସାଧାରଣଙ୍କ ଧ୍ୟାନ ହଟାଇବାକୁ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ‘ରଜ୍ୟର ଓ ରାଜ୍ୟ ବାହାର ଲୋକ’ ପ୍ରସଙ୍ଗ ଉଠାଇଛନ୍ତି। ଯଦି ବିଜେପି ଭୋଟ୍‌ ପାଇ କ୍ଷମତାକୁ ଆସେ ତେବେ ଜଣେ ବଙ୍ଗବାସୀହିଁ ରାଜ୍ୟର ନେତୃତ୍ୱ ନେବେ।

ପଶ୍ଚିମବଙ୍ଗ କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀଙ୍କୁ ଗୃହମନ୍ତ୍ରାଳୟ ସମନ୍‌ ପଠାଇବା ପ୍ରସଙ୍ଗରେ ଶାହ କହିଲେ ଯେ, ସମ୍ବିଧାନ ଏବଂ ଆଇନ ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ପଠାଇଥିଲେ। ଏହା ଦେଶର ସଂଘୀୟ ବ୍ୟବସ୍ଥା ଅନୁସାରେ କରାଯାଇଛି। ସେମାନେ ପ୍ରଥମେ ନିମୟକାନୁନ ପଢ଼ିବା ପରେ କେନ୍ଦ୍ର ଓ ସର୍ବସାଧାରଣଙ୍କ ଆଗରେ ଏକଥା କହିବା ଉଚିତ।

ସମ୍ବନ୍ଧିତ ଖବର