ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଅଚାନକ ଆଫଗାନିସ୍ତାନ ଗସ୍ତ କରିଥିଲେ। ଟ୍ରମ୍ପ୍ ଗତକାଲି ସନ୍ଧ୍ୟାରେ ବାଗରମ୍ ଏୟାର ଫିଲ୍ଡ୍ରେ ପହଞ୍ଚିଥିଲେ ଏବଂ ସେଠାରେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ସମୟ ଅତିବାହିତ କରିଥିଲେ। ଆମେରିକା ସୁରକ୍ଷାବାହିନୀ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ରମ୍ପ୍ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଟ୍ରମ୍ପ୍ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ୍ ଘନିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଭାବେ ଟ୍ରମ୍ପ୍ଙ୍କର ଆଫଗାନିସ୍ତାନକୁ ଏହା ପ୍ରଥମ ଗସ୍ତ। ଗଣମାଧ୍ୟମକୁ ଟ୍ରମ୍ପ୍ କହିଛନ୍ତି ଯେ ତାଲିବାନ୍ଙ୍କ ସହ ଶାନ୍ତି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ସଂଖ୍ୟା ହ୍ରାସ କରାଯିବ। ଆଫଗାନିସ୍ତାନକୁ ଗସ୍ତ ସମୟରେ ଟ୍ରମ୍ପ୍ ଆମେରିକା ସୁରକ୍ଷାକର୍ମୀଙ୍କ ସହ ଫଟୋ ଉଠାଇଥିଲେ । ତାଲିବାନ ଅସ୍ତ୍ରବିରତି ଚୁକ୍ତି ପାଇଁ ସହମତି ପ୍ରକାଶ କରିବା ଏକ ବଡ଼ ଘଟଣା ବୋଲି ଟ୍ରମ୍ପ୍ କହିଛନ୍ତି।
ଟ୍ରମ୍ପ୍ଙ୍କ ଅଚାନକ ଆଫଗାନିସ୍ତାନ ଗସ୍ତ, ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଥିବା ଘୋଷଣା କଲେ
/sambad/media/post_attachments/wp-content/uploads/2019/11/trump-4.jpg)