ଲକ୍ଷ୍ନୌ : ସମୟସମୟରେ ଖେଳାଳିମାନେ ସେମାନଙ୍କର ଦକ୍ଷତା ପ୍ରତି ସମ୍ମାନ ନପାଇବା ହେତୁ ନିରାଶ ହୋଇଯାଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।
ଏମିତି କିଛି ଘଟଣା ଧାବିକା କାଜଲ ନିଶାଦଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଗତ ବର୍ଷ ମାରାଥନରେ ଅଂଶଗ୍ରହଣ କରିବା ସତ୍ତ୍ୱେ ତାଙ୍କ ଯୋଗ୍ୟତାକୁ ସମ୍ମାନ ଦିଆଯାଇ ନଥିଲା । ସେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଦୌଡ଼ିଦୌଡ଼ି ନିଜ ଯାତ୍ରା ଆରମ୍ଭ କରିଛନ୍ତି । ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ୩୬ ତମ ଇନ୍ଦିରା ମାରାଥନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ନଅ ବର୍ଷ ବୟସ୍କା କାଜଲ ନିଶାଦ ସମ୍ମାନ ଓ ପ୍ରୋତ୍ସାହନ ଅଭାବରୁ ନିରାଶ ହୋଇଯାଇଛନ୍ତି ।
କାଜଲ ଅଭିଯୋଗ କରିଛନ୍ତି ଯେ ସେ ଇନ୍ଦିରା ମାରାଥନରେ ବଡ ରନର୍ସଙ୍କ ମଧ୍ୟରେ ଦୌଡ଼ିଥିଲେ ଏବଂ ଚାରି ଘଣ୍ଟା କୋଡ଼ିଏ ମିନିଟରେ ୪୨କିଲୋମିଟର ଅତିକ୍ରମ କରିଥିଲେ। ଏହି ସଫଳତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା । କିନ୍ତୁ ପ୍ରଶାସନ ତାଙ୍କୁ କୌଣସି ସମ୍ମାନ କିମ୍ବା ପ୍ରୋତ୍ସାହନ ଦେଇ ନଥିଲା ।
ଏହି ଅଭିଯୋଗ ନେଇ ସେ ଗତ ରବିବାର ଠାରୁ ନିଜର ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଦୌଡ଼ିଦୌଡ଼ି ଲକ୍ଷ୍ନୌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ ତାଙ୍କୁ ତିନିଦିନର ସମୟ ଲାଗିବ। ସେଠାରେ ପହଞ୍ଚିବା ପରେ ପ୍ରଶାସନ ଏବଂ କ୍ରୀଡ଼ା ଅଧିକାରୀଙ୍କ ବିଷୟରେ ସେ ଯୋଗୀଙ୍କ ନିକଟରେ ଅଭିଯୋଗ କରିବେ । ତେବେ ଧାବିକା କାଜଲ ତାଙ୍କ ଯାତ୍ରାକୁ ପ୍ରାୟଗରାଜଠୁ ଲକ୍ଷ୍ନୌ ଅଲ୍ଟ୍ରା ମାରାଥନ୍ ନାମରେ ନାମିତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/d789298a-a569-4cf3-8aaa-6a6b6ab983ef.jpg)