ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଓଭରବ୍ରିଜର ରେଲିଂ ଭାଙ୍ଗି ଏକ ବସ୍ତି ଉପରେ ଆସି ଖସି ପଡ଼ି ଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଆହତ ହୋଇଥିଲେ। ଏହି ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମଧ୍ୟ ଥିଲେ। । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ନ୍ୟୁ ଗାଜିଆବାଦ ରେଳ ଷ୍ଟେସନ ନିକଟରେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ରେଳ ଓଭରବ୍ରିଜର ରେଲିଂ ଭାଙ୍ଗି ୫୦ ଫୁଟ ତଳରେ ଥିବା ବସ୍ତି ଉପରେ ଖସି ପଡ଼ିଥିଲା। ଏହି ଘଟଣାରେ ଅଯୋଧ୍ୟା ଜିଲ୍ଲାର ବାସିନ୍ଦା ମଧୁ (୩୩) ତାଙ୍କ ସ୍ୱାମୀ ସନ୍ଦୀପ (୩୬) ଏବଂ ସେମାନଙ୍କର ଦୁଇ ପିଲା ଶିବମ (୮) ଏବଂ କାର୍ତ୍ତିକ (୩) ଆହତ ହୋଇଛନ୍ତି।