ନୂଆଦିଲ୍ଲୀ: ଟିଭି ସିରିଏଲ 'ଅନୁପମା' ଫେମ୍ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଓ ତାଙ୍କ ସାବତ ଝିଅ ଇଶା ବର୍ମାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉ ନାହିଁ।
ନିକଟରେ ରୂପାଲି ଗାଙ୍ଗୁଲି ଓ ତାଙ୍କ ସାବତ ଝିଅ ଇଶା ବର୍ମାଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ କରିଥିଲେ । ଏନେଇ ରୂପାଲି ଗାଙ୍ଗୁଲି ସାବତ ଝିଅକୁ ଏକ ଲିଗାଲ୍ ନୋଟିସ୍ ମଧ୍ୟ ପଠାଇ ୫୦କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।
ଏହି ୫୦କୋଟି ଟଙ୍କାର ମାନହାନି ମକଦ୍ଦମାକୁ ନେଇ ଇଶା ବର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଭଦ୍ର ମହିଳା ଜଣକ ଯାହା କରୁଛନ୍ତି ସବୁକିଛି ସେ ଲୋକଲୋଚନକୁ ଆସିବା ପାଇଁ କରୁଛନ୍ତି। ଏପରି କରି ସେ ମୋତେ ଅସୁବିଧାରେ ପକାଉ ନାହାନ୍ତି ବରଂ ନିଜର ଅସଲ ମୁଖା ସମସ୍ତଙ୍କ ସାମ୍ନାରେ ଖୋଲି ଦେଉଛନ୍ତି।
କିଛି କହିବା ଏପର୍ଯ୍ୟନ୍ତ ମୋ ପାଇଁ ସବୁଠାରୁ କଠିନ କାମ ଥିଲା। କିନ୍ତୁ ମୁଁ ଦେଖୁଛି ଏହି ଘଟଣା ମୋ ଜୀବନରେ ଏକ ଭିନ୍ନ ମୋଡ଼ ନେଇଛି। ଏହା ମୋର ଦୀର୍ଘବର୍ଷର ମଉନତାକୁ ଭାଙ୍ଗି ଦେଇଛି। ମୁଁ ପ୍ରଥମ ଘଟଣାକୁ ନେଇ ଚିନ୍ତାରେ ଥିଲି କି ଏହି ଘଟଣା ମୋର ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ଉପରେ କିପରି ପ୍ରଭାବ ପକାଇବ। ମୁଁ ଗତ ୨୪ବର୍ଷ ହେବ ଏମିତି ଏକ ସ୍ଥାନରେ ଫସି ରହିଥିଲି କି ଯେଉଁଠାରୁ ବଞ୍ଚିବା କଷ୍ଟକର ଥିଲା। ମୁଁ ମୋର ନିଜର ଓ ପ୍ରିୟଜନକଙ୍କ ହିତ ପାଇଁ ଏହି ମାମଲାରେ ଆଗକୁ ବଢ଼ିବାକୁ ଚାହୁଁନାହିଁ। ଜାଣିଣୁଣି ପଛଘୁଞ୍ଚା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/nGucGv2973yHvOQjNg0x.jpg)