ମୁଦ୍ରା ମୂଲ୍ୟହ୍ରାସକୁ ମୋଦୀଙ୍କ ମା’ଙ୍କ ବୟସ ସହ ତୁଳନା କଲେ ରାଜ୍‌ ବବ୍ବର

ଇନ୍ଦୋର: କଂଗ୍ରେସ ନେତା ରାଜ୍ ୍ବବ୍ବର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ବୟସ ସହ ତୁଳନା କରିଛନ୍ତି। ଆ‌ସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ବବ୍ବର ଏକ ରୢାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦୀ କହିଥିଲେ ଆମେରିକା ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ଏତେ ତଳକୁ ଖସୁଛି ଯେ ଯାହା ମନମୋହନ ସିଂହଙ୍କ ବୟସ ସହ ସମାନ। କିନ୍ତୁ ଏବେ ମୁଦ୍ରାର ମୂଲ୍ୟ ଯେଉଁଭଳି ତଳକୁ ଖସୁଛି ତାହା ମୋଦୀଙ୍କ ମା’ଙ୍କ ବୟସ ସହ ସମାନ।

ସମ୍ବନ୍ଧିତ ଖବର