ପ୍ରକାଶ ପାଇଲା ଗ୍ରାମୀଣ ସ୍ବାସ୍ଥ୍ୟ ପରିସଂଖ୍ୟାନ ରିପୋର୍ଟ: ଓଡିଶାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୪୬୧ ଡାକ୍ତର ପଦବୀ ଖାଲି

ନୂଆଦିଲ୍ଲୀ : ବୁଧବାର ପ୍ରକାଶ ପାଇଛି ଗ୍ରାମୀଣ ସ୍ବାସ୍ଥ୍ୟ ପରିସଂଖ୍ୟାନ ୨୦୧୯-୨୦ ରିପୋର୍ଟ। ଏଥିରେ ଗ୍ରାମୀଣ ଓଡ଼ିଶାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମୁଦାୟ ୪୬୧ଟି ଡାକ୍ତର ପଦ ଖାଲି ପଡିଥିବାର ଉଲ୍ଲେଖ ଅଛି।

ରିପୋର୍ଟରେ ୨୦୦୫ରେ କୌଣସି ପଦ ଖାଲି ନ ଥିବାବେଳେ ୨୦୨୦ରେ ମଞ୍ଜୁରୀ ପାଇଥିବା ୧୨୮୮ଟି ଡାକ୍ତର ପଦରୁ ୮୨୭ ଜଣ କାର୍ଯ୍ୟ କରୁଥିବା ଦର୍ଶାଯାଇଛି। ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ନୈରାଶ୍ୟଜନକ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୫୦୮ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦରୁ ମାତ୍ର ୩୧୩ ଜଣ କାର୍ଯ୍ୟ କରୁଥିବାବେଳେ ୧୧୬୯ ପଦ ଖାଲି ରହିଛି। ରିପୋର୍ଟ ଅନୁସାରେ ଗ୍ରାମୀଣ ଓଡିଶାରେ ୧୨୫୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସରକାରୀ କୋଠାରେ ତଥା ୩୩ଟି ପଞ୍ଚାୟତ କୋଠାରେ କାର୍ଯ୍ୟ କରୁଛି। ୨୦୦୫ ତୁଳନାରେ ୨୦୨୦ରେ ଗ୍ରାମୀଣ ଇଲାକାରେ ୨୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କମ୍ ରହିଛି। ପ୍ରାଥମିକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୧୭୪ଟି ଫାର୍ମାସିଷ୍ଟ ପଦ ଖାଲି ରହିଛି। ରାଜ୍ୟରେ ମାର୍ଚ୍ଚ ୨୦୨୦ ସୁଦ୍ଧା ୬୬୮୮ ଉପକେନ୍ଦ୍ର, ୧୨୮୮ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୭୭ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିବାର ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର