ବଜେଟ୍‌ରେ ଗ୍ରାମୀଣ ସ୍କିମ୍‌ ବ୍ୟୟବରାଦ ବଢ଼ିବ

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବର ବଜେଟ୍ ହୋଇଥିବାରୁ ୨୦୨୩-୨୪ ବଜେଟ୍‌ରେ କେତେକ ଲୋକପ୍ରିୟ ସ୍କିମ୍ ଘୋଷଣା କରାଯିବାର ସମ୍ଭାବନା ରହିଛି। ଆଗାମୀ ବଜେଟ୍‌ରେ ଗ୍ରାମୀଣ ବିକାଶ ସ୍କିମ୍‌ଗୁଡ଼ିକର ବ୍ୟୟବରାଦରେ ପ୍ରାୟ ୫୦% ବୃଦ୍ଧି କରିବାକୁ ଯୋଜନା ରଖାଯାଇଥିବା କୁହାଯାଇଛି।

ବିଶେଷ କରି ସୁଲଭ ବାସଗୃହ ଓ ନିଯୁକ୍ତି ସୃଷ୍ଟିକାରୀ ସ୍କିମ୍‌ ଲାଗି ବ୍ୟୟବରାଦ ବୃଦ୍ଧି କରାଯିବ। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ବ୍ୟୟବରାଦକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା କରାଯିବ। ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ପିଏମ୍-ଆବାସ (ଗ୍ରାମୀଣ) ଯୋଜନା ଆଦିରେ ବ୍ୟୟବରାଦ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ବଜେଟ୍‌ରୁ ସମାଜର ରହିଥିବା ଆଶାକୁ ଜାଣିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍-ବଜେଟ୍ ଆଲୋଚନା ଆରମ୍ଭ କରିଛନ୍ତି। ଗତକାଲି ଶିଳ୍ପ ସଂଘଗୁଡ଼ିକ ସହ ସେ ଆଲୋଚନା କରିଥିଲେ। ଆସନ୍ତା ଶୁକ୍ରବାର ସେ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

ସମ୍ବନ୍ଧିତ ଖବର