ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବୋରିସ ଜନସନଙ୍କ ଉତ୍ତରାଧିକାରୀ ହେବା ଦୌଡ଼ରେ ଆଗରେ ଅଛନ୍ତି। ଗତକାଲି ହୋଇଥିବା ଭୋଟରେ ତାଙ୍କ ପ୍ରତି ୧୧୫ ଜଣ ଟୋରି (କଞ୍ଜରଭେଟିଭ୍) ସାଂସଦ ସମର୍ଥନ ଜଣାଇଥିବା ବେଳେ ତାଙ୍କ ପଛକୁ ଅଛନ୍ତି ପେନ୍ନି ମୋର୍ଡଣ୍ଟ ଯାହାଙ୍କ ପ୍ରତି ୮୨ ଜଣ ସାଂସଦଙ୍କ ସମର୍ଥନ ଅଛି। ତାଙ୍କ ପଛକୁ ଲିଜ୍ ଟ୍ରସ୍, କେମି ବ୍ୟାଡେନୋଚ ଓ ଟମ୍ ଟୁଗେନ୍ଧାତ ଯଥାକ୍ରମେ ୭୧, ୫୮ ଓ ୩୧ଟି ଭୋଟ ପାଇଛନ୍ତି। ସୂଚନାଯୋଗ୍ୟ ସୋମବାର ହୋଇଥିବା ଭୋଟ୍ରେ ଋଷି ସୁନକ ସର୍ବାଧିକ ୧୧୫ଟି ଭୋଟ ପାଇଛନ୍ତି। ସବୁଠାରୁ କମ୍ ୩୧ଟି ଭୋଟ ପାଇଥିବାରୁ ଟମ୍ ଟୁଗେନ୍ଦାତ ପ୍ରତିଦ୍ବନ୍ଦ୍ବିତାରୁ ବାଦ୍ ପଡ଼ିଛନ୍ତି। ଶେଷକୁ ଦୁଇଜଣ ମାତ୍ର ପ୍ରତିଦ୍ବନ୍ଦ୍ବୀ ରହିବା ପର୍ଯ୍ୟନ୍ତ ଏହିପରି ଭୋଟ୍ ପ୍ରକ୍ରିୟା ଜାରି ରହିବ। ତା’ପରେ ପାର୍ଟି ସଦସ୍ୟମାନେ ଭୋଟ୍ ଦେଇ ଶେଷ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଦଳର ନେତା ବାଛିବେ। ଯିଏ ଦଳର ନେତା ହେବେ ସେ ହେବେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଋଷି ସୁନକ ୧୧୫ ଟୋରି ସାଂସଦ ସମର୍ଥନ କଲେ
/sambad/media/post_attachments/wp-content/uploads/2022/07/rishi-sunak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)