ନୂଆଦିଲ୍ଲୀ: ବ୍ରିଟେନରେ ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥର ବ୍ରିଟେନରେ ଲେବର ପାର୍ଟି ଜିତିଛି, ଯାହାର ନେତା କିର ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ବ୍ରିଟେନରେ ଏଥର କଂଜର୍ଭେଟିଭ ପାର୍ଟି କାହିଁକି ହାରିଲା, ସେନେଇ ରାଜନୀତି ବିଶେଷଜ୍ଞମାନେ କିଛି ପ୍ରମୁଖ କାରଣକୁ ଦାୟୀ କରିଛନ୍ତି | ସେମାନଙ୍କ କହିବା ମୁତାବକ ୨୦୧୬ରେ ୟୁରୋପୀୟ ୟୁନିଅନ୍ ଠାରୁ ବ୍ରିଟେନ ଅଲଗା ହେବା ପରେ, ବ୍ରିଟେନର ଅର୍ଥନୀତି କେବେବି ଟ୍ରାକକୁ ଫେରିବାରେ ସକ୍ଷମ ହୋଇପାରିନଥିଲା | ପ୍ରଥମ କରୋନା ସମୟରେ ବ୍ରିଟେନରେ ଏହା ମାରାତ୍ମକ ରୂପ ନେଇଥିବାବେଳେ ସେତେବେଳର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏହାକୁ ମାନିନଥିଲେ | ବିଶେଷ କରି ସେତେବେଳେ ସେ ମଦ ପାର୍ଟି ଆୟୋଜନ କରିଥିଲେ |

Advertisment

ଯାହାକୁ ନେଇ ସମଗ୍ର ଜନସାଧାରଣ କଡା ସମାଲୋଚନା କରିବା ସହ କଂଜର୍ଭେଟିଭ ଦଳ ବିରୁଦ୍ଧରେ ଜନମତ ସୃଷ୍ଟି ହୋଇଥିଲା | ସେହିପରି ଦରବୃଦ୍ଧି ଠାରୁ ବେକାରୀ ହାର ବ୍ରିଟେନରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା | ୨୦୧୬ ମସିହାରୁ ମୁଣ୍ଡପିଛା ଆୟ କ୍ରମାଗତ ଭାବେ ହ୍ରାସ ପାଇବା ସହ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଥିଲା | ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସହ କରୋନା ପରଠାରୁ କୌଣସି ନେତା ଏହାକୁ ସମ୍ଭାଳିବାରେ ସକ୍ଷମ ହୋଇ ନଥିଲେ | ଅନ୍ୟପକ୍ଷରେ ବ୍ରିଟେନରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଋଷି ସୁନକ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ। ଆଉ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଆକ୍ରୋଶ ଦେଖିବାକୁ ମିଳିଥିଲା |