ନୂଆଦିଲ୍ଲୀ : କିମ୍ବଦନ୍ତୀ ଲେଖକ ରସ୍କିନ ବଣ୍ଡ୍ଙ୍କ ନୂଆ ବହି ‘ଏ ସଙ୍ଗ୍ ଅଫ୍ ଇଣ୍ଡିଆ’ ଜୁଲାଇ ୨୦ରେ ଲୋକାର୍ପିତ ହେବ। ଏହି ପୁସ୍ତକରେ ତାଙ୍କର ଦୀର୍ଘ ୭୦ ବର୍ଷର ସଫଳ ସାରସ୍ବତ ଯାତ୍ରାନୁଭୂତି ବର୍ଣ୍ଣିତ ହୋଇଛି। ବଣ୍ଡ୍ କିପରି ଜଣେ ଲେଖକ ଭାବେ ସଫଳ ହୋଇଛନ୍ତି, ତାହା ଏହି ପୁସ୍ତକରେ ପ୍ରତିଫଳିତ ହୋଇଛି। ଇଂଲଣ୍ଡ ଛାଡ଼ି ୧୯୫୧ରେ ଡେରାଡୁନରେ ରହିବା ପରଠାରୁ ଭାରତକୁ ନେଇ ତାଙ୍କର ସ୍ମୃତି ଓ ଅନୁଭୂତି ଏ ପୁସ୍ତକରେ ବର୍ଣ୍ଣିତ ହୋଇଛି। ତାଙ୍କର ୭୦ ବର୍ଷର ସାରସ୍ବତ ଯାତ୍ରାକୁ ନେଇ ‘ଏ ସଙ୍ଗ୍ ଅଫ୍ ଇଣ୍ଡିଆ’ ପୁସ୍ତକର ପରିକଳ୍ପନା ବୋଲି ବଣ୍ଡ୍ କହିଛନ୍ତି। ପିଲାଙ୍କ ପାଇଁ ସେ ଶତାଧିକ କାହାଣୀ ପୁସ୍ତକ ଲେଖିଛନ୍ତି। ତେବେ ଭାରତ ଭଳି ଏକ ସୁନ୍ଦର ଦେଶରେ ରହିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ବଣ୍ଡ୍ କହିଛନ୍ତି। ‘ଏ ସଙ୍ଗ୍ ଅଫ୍ ଇଣ୍ଡିଆ’ ହେଉଛି ବଣ୍ଡ୍ଙ୍କ ସ୍ମୃତିକଥା ଶୃଙ୍ଖଳାର ଚତୁର୍ଥ ପୁସ୍ତକ ବୋଲି ବଣ୍ଡ୍ ସୂଚନା ଦେଇଛନ୍ତି।
ରସ୍କିନ ବଣ୍ଡଙ୍କ ନୂଆ ବହି ‘ଏ ସଙ୍ଗ୍ ଅଫ୍ ଇଣ୍ଡିଆ’, ବଖାଣିବ ୭୦ ବର୍ଷର ସାରସ୍ବତ ଯାତ୍ରା
/sambad/media/post_attachments/wp-content/uploads/2020/07/r.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)