କିବ୍ : ରୁଷ୍ର ବୋମାମାଡ଼ ଦ୍ବାରା ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଦିନକରେ ୫୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ମେରେଫାରେ ୨୧ ନାଗରିକଙ୍କ ମୃତ୍ୟୁ ହୋଇଛି। ରୁଷ୍ ଲଗାତାର ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଗୋଳାମାଡ଼ କରୁଛି। ଫଳରେ ୨୪ ଘଣ୍ଟାରେ ଏହି ଦୁଇ ସହରରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି। ପୂବ ୟୁକ୍ରେନ୍ ସହର ମେରେଫାରେ ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ଗୋଳାମାଡ଼ ଯୋଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ଚେର୍ନିହିବରେ କିଛି ଲୋକ ଖାଦ୍ୟ ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ରୁଷ୍ ରକେଟ୍ ମାଡ଼ କରିଥିଲା। ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ରୁଷ୍ର ଆକ୍ରମଣ ଯୋଗୁଁ ଲୁହାନସ୍କରେ ଗତରାତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୟୁକ୍ରେନ୍ରେ ମାନବୀୟ ସଙ୍କଟ ଅତି ସାଂଘାତିକ ରୂପ ନେଇଛି ଏବଂ ଏ ନେଇ ଜାତିସଂଘ ସୁରକ୍ଷା ପରିଷଦର ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଆମେରିକା, ଆଲ୍ବାନିଆ, ବ୍ରିଟେନ, ଫ୍ରାନ୍ସ, ଆୟରଲାଣ୍ଡ୍ ଏବଂ ନର୍ୱେ ଦ୍ବାରା ଏହି ବୈଠକ ପାଇଁ ଅନୁରୋଧ କରାଯାଇଥିଲା।
ସ୍କୁଲ୍, ସାଂସ୍କୃତିକ କେନ୍ଦ୍ରକୁ ରୁଷ୍ର ଟାର୍ଗେଟ୍: ଚେର୍ନିହିବରେ ୫୩, ମେରେଫାରେ ୨୧ ନାଗରିକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/03/f654h65sf4f65sh465hhffhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)