ଶୌଚାଳୟ ଭିତରୁ ଉଦ୍ଧାର ହେବା ପରେ ଗଛମୂଳରେ ବିଶାଳ ବିଷଧର ସାପ ୩୫ଟି ଛୁଆକୁ ଜନ୍ମ ଦେଲା

ଚେନ୍ନାଇ: ତାମିଲନାଡୁର କୋଇମ୍ବାଗୋରେ କୋଭିଲମେଡୁ ଥିଲାଗର ନଗର ଅଞ୍ଚଳରେ ବସବାସ କରୁଥିବା ଜଣେ ବ୍ୟକ୍ତିିଙ୍କ ଶୌଚାଳୟରୁ ଏକ ବିଶାଳ ବିଷଧର ସାପ ଉଦ୍ଧାର ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

ସୂଚନାଯୋଗ୍ୟ, ମନୋହର ସ୍ନାନ ପାଇଁ ଶୌଚାଳୟ ଭିତରକୁ ଯାଇଥିବା ସେଠାରେ ଏକ ବିଶାଳ ସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ। ଶୌଚାଳୟ ଭିତରୁ ଦୌଡ଼ି ଆସି ସଙ୍ଗେସଙ୍ଗେ ସାପ ଧରାଳି ମୁରଲୀଙ୍କୁ ଖବର ଦେଇଥିଲେ। ଖବର ପାଇ ମୁରଲୀ ଘଟଣାସ୍ଥଳରେ ପହଞ୍ଚି ମନୋହରଙ୍କ ଶୌଚାଳୟକୁ ଯାଇଥିଲେ। ଶୌଚାଳୟରୁ ସେ ଏକ ରସେଲ୍ସ ଭାଇପର୍‌ ପ୍ରଜାତିର ବିଶାଳ ସାପ ଥିବା ଦେଖିବାକୁ ପାଇଥିଲେ। ଏହାପରେ ମୁରଲୀ ଉକ୍ତ ସାପକୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରି ଏକ ବସ୍ତାରେ ପୁରାଇ ଥିଲେ। ଉକ୍ତ ସାପଟି ଛୁଆ ଜନ୍ମ କରୁଥିବା ସାପ ଧରାଳି ଜାଣି ପାରି ବସ୍ତାଟିକୁ ଏକ ଗଛ ତଳେ ରଖି ଦେଇଥିଲେ। ଦୁଇଘଣ୍ଟା ପରେ ଉକ୍ତ ସାପଟି ୩୫ଟି ଛୁଆକୁ ଜନ୍ମ ଦେଇଥିଲା। ସେଠାରୁ ମା’ ଓ ୩୫ଟି ଛୁଆକୁ ଉଦ୍ଧାର କରି ସୁରକ୍ଷିତ ଭାବେ ସତ୍ୟମଙ୍ଗଲମ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ବୋଲି ସାପ ଧରାଳୀ ମୁରଲୀ କହିଛନ୍ତି।

ସାଧାରଣତଃ ସାପ ଅଣ୍ଡା ଦେଇ ସାରିବା ପରେ ସେଥିରୁ ଛୁଆ ଫୁଟି ଥାଆନ୍ତି। କିନ୍ତୁ ରସେଲ୍ସ ପ୍ରଜାତିର ସାପଙ୍କ ଅଣ୍ଡା ଭିତରେ ହିଁ ଭ୍ରୁଣ ବିକଶିତ ହୁଏ । ଯାହା ମା’ର ଶରୀର ଭିତରେ ରହିଥାଏ। ରସେଲ୍ସ ପ୍ରଜାତିର ସାପ ଜନ୍ମ ହେବା ମାତ୍ରା ହିଁ ସେମାନେ ବିଷଧର ହୋଇଥାଆନ୍ତି।

ସମ୍ବନ୍ଧିତ ଖବର