ଋଷି ସୁନକ ହେବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହାସଲ କଲେ ଶାସନର ଶୀର୍ଷ ପଦବୀ

ଲଣ୍ଡନ୍ : ବ୍ରିଟେନ୍‌ରେ ସୃଷ୍ଟି ହେଲା ନୂଆ ଇତିହାସ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ‌ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଋଷି ସୁନକ। ସର୍ବାଧିକ ସାଂସଦଙ୍କ ସମର୍ଥନ ହାସଲ କରି ଋଷି ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ  ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ଅପରପକ୍ଷେ ପେନି ମୋରଡାଉଣ୍ଟ୍ ବହୁତ ପଛରେ ଥିଲେ। ଫଳରେ ପେନି ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଋଷି ସୁନକ ଆସନ୍ତା ୨୮ ତାରିଖରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବା ପରେ ପୁଣି ଥରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ରିଷି ସୁନକଙ୍କ ସ୍ଥିତି ମଜବୁତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଯିବା ପରେ ଏକ ପ୍ରକାର ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ଋଷି ସୁନକ ବ୍ରିଟେନ୍‌ର ଆଗାମି ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଭାରତୀୟ ମୂଳ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ଭାରତୀୟ ମୂଳ ବ୍ୟକ୍ତି ଯିଏ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ଖ୍ରୀଷ୍ଟିଆନ ସଂଖ୍ୟାଗରିଷ୍ଠ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହେଉଛନ୍ତି ଋଷି ସୁନକ। ଭାରତୀୟ ବଂଶୋଦ୍ଭବ ସୁନକ ହେଉଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ । ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା । ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି।

ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ଋଷି ଇଂଲଣ୍ଡର ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ | ସୁନକଙ୍କ ଜେଜେବାପା ଏବଂ ଜେଜେମା ଭାରତରୁ ଯାଇ ଆଫ୍ରିକାରେ ଅବସ୍ଥାନ କରିଥିଲେ। ଏହା ପରେ ତାଙ୍କ ପିତା ଆଫ୍ରିକାରୁ ବ୍ରିଟେନକୁ ଚାଲିଗଲେ। ସୁନକଙ୍କ ମାତାପିତା ମଧ୍ୟ ପଞ୍ଜାବରୁ ତାଞ୍ଜାନିଆ ଯାଇଥିଲେ। ତା’ପରେ ସେଠାରୁ ସେ ବ୍ରିଟେନ ମଧ୍ୟ ଯାଇଥିଲେ। ତାଙ୍କ ପିତାମାତା ବ୍ରିଟେନରେ ବିବାହ କରିଥିଲେ ଏବଂ ସୁନକ ସେଠାରେ ଜନ୍ମ ହୋଇଥିଲେ।

ସେ ପ୍ରସିଦ୍ଧ ବ୍ୟବସାୟୀ ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଥିଲେ। ମୁର୍ତ୍ତୀ ଇନଫୋସିସର ପ୍ରତିଷ୍ଠାତା ହୋଇଥିବାବେଳେ ଋଷି ଏବଂ ଅକ୍ଷତାଙ୍କର ଦୁଇ ଝିଅ ଅଛନ୍ତି | ଋଷି ୭ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ହୋଇଥିବାବେଳେ ତାଙ୍କ ପତ୍ନୀ ଅକ୍ଷତା ତାଙ୍କ ଅପେକ୍ଷା ଅଧିକ ଧନୀ। ସୁନକ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ସହ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ।

ସମ୍ବନ୍ଧିତ ଖବର