କିବ୍ : ୟୁକ୍ରେନର ଡୋନେସ୍କ ଏବଂ ଲୁହାନସ୍କରୁ ରୁଷ୍ ୨,୩୮୯ ଶିଶୁଙ୍କୁ ବଳପୂର୍ବକ ଅପହରଣ କରିଛି। ରୁଷ୍ ସୈନିକଙ୍କର ଏହି କାର୍ଯ୍ୟ ଅନ୍ତର୍ଜାତୀୟ ଆଇନ ଏବଂ ବିଶେଷ କରି ଅନ୍ତର୍ଜାତୀୟ ମାନବୀୟ ଆଇନର ଗୁରୁତର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନ୍ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ରୁଷ୍ ନାଗରିକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରୁନି। ବରଂ ଏହା ଅପହରଣ କରୁଛି ଏବଂ ଶିଶୁମାନଙ୍କୁ ରୁଷ୍ ପଠାଉଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି। ଅନ୍ୟପକ୍ଷେ ରୁଷ୍ ଏହାକୁ ଉଦ୍ଧାର କାର୍ଯ୍ୟ କହିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ରବିବାର ଦିନ କହିଥିଲେ ଯେ ୨୩୮୯ ଶିଶୁଙ୍କ ସମେତ ମୋଟ୍ ୧୬,୪୩୪ ଲୋକଙ୍କୁ ଖାଲି କରାଯାଇଛି। ଡୋନେସ୍କ ଏବଂ ଲୁହାନସ୍କ ସମେତ ଅନ୍ୟ ସ୍ଥାନମାନଙ୍କରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ରୁଷ୍ ୨୦୦୦ରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି: ୟୁକ୍ରେନ୍
/sambad/media/post_attachments/wp-content/uploads/2022/03/g65d4jg65d4j65gjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)