ନୂଆଦିଲ୍ଲୀ: ବିଶ୍ୱରେ ଅସ୍ତ୍ରଶସ୍ତ୍ରର ବଜାର ବିଶାଳ ରହିଛି। ଅନେକ ଦେଶ ଅଛନ୍ତି ଯେଉଁମାନେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ବିକ୍ରି କରିଥାଆନ୍ତି। ଆସନ୍ତୁ ଉକ୍ତ ଦେଶଗୁଡ଼ିକ ବିଷୟରେ ଜାଣିବା ।

Advertisment

ଆମେରିକା, ରୁଷ, ଫ୍ରାନ୍ସ, ଚୀନ୍ ଏବଂ ଜର୍ମାନୀ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା କ୍ଷେତ୍ରରେ ଶୀର୍ଷରେ ରହିଛନ୍ତି। ୨୦୧୮ରୁ ୨୦୨୨ ମଧ୍ୟରେ ବିଶ୍ବର ଅନେକ ଦେଶକୁ ଉପରୋକ୍ତ ୫ଟି ଦେଶ୭୬ ପ୍ରତିଶତ ଅସ୍ତ୍ରଶସ୍ତ୍ର ରପ୍ତାନି କରିଛି। 

ପ୍ରଥମେ ଆମେରିକା ବିଷୟରେ କହିବାକୁ ଗଲେ, ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆମେରିକା ୨୦୨୦ ରୁ ୨୦୨୪ ପର୍ଯ୍ୟନ୍ତ ବିଶ୍ୱରେ ଅସ୍ତ୍ରଶସ୍ତ୍ର ରପ୍ତାନିରେ ସବୁଠାରୁ ଆଗରେ ରହିଛି। ଏହି ଦେଶ ଏକାକି ୪୩ ପ୍ରତିଶତ ଅସ୍ତ୍ରଶସ୍ତ୍ର ବିକ୍ରୟ କରେ। 

୨୦୨୦ରୁ ୨୪ ମଧ୍ୟରେ ଆମେରିକା ୨୧ ପ୍ରତିଶତରୁ ଅଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଆମେରିକାରେ ଲକହିଡ୍ ମାର୍ଟିନ୍, ବୋଇଂ ଭଳି ବଡ଼ କମ୍ପାନି । ଏହି କମ୍ପାନିଗୁଡ଼ିକ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ତିଆରି କରିଥାଆନ୍ତି। ଆମେରିକା କେବଳ ପ୍ରଯୁକ୍ତିବିଦ୍ୟାରେ ଆଗରେ ନାହିଁ, ବରଂ ଏହା ତା'ର ସହଯୋଗୀ ଦେଶମାନଙ୍କୁ ସାମରିକ ସହାୟତା ମଧ୍ୟ ଯୋଗାଇଥାଏ।

ଭାରତ ମଧ୍ୟ ଆମେରିକାଠାରୁ ରାଫେଲ୍ ଭଳି ଜେଟ୍ କିଣୁଛି, କିନ୍ତୁ ରୁଷ ଏବେ ବି ଭାରତର ଏକ ବଡ଼ ଯୋଗାଣକାରୀ ଦେଶ ଭାବେ ଆଗରେ ରହିଛି।

ଆସନ୍ତୁ ଜ‌ାଣିବା ଭାରତ କେଉଁକେଉଁ ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରେ?

ଅସ୍ତ୍ରଶସ୍ତ୍ର ରପ୍ତାନି କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଭାରତ ପ୍ରାୟ ୧୦୦ଟି ଦେଶକୁ ତା'ର ଅସ୍ତ୍ରଶସ୍ତ୍ର ବିକ୍ରି କରେ। ଭାରତର ଘରୋଇ ଏବଂ ସରକାରୀ କମ୍ପାନିଗୁଡ଼ିକ ବିଦେଶରେ ଅସ୍ତ୍ରଶସ୍ତ୍ର ବିକ୍ରି କରନ୍ତି। ଆମେରିକା, ଫ୍ରାନ୍ସ ଏବଂ ଆର୍ମେନିଆ ଭାରତର ସବୁଠାରୁ ବଡ଼ କ୍ରେତା।