ମଙ୍ଗଳ ଗ୍ରହକୁ ଇସ୍ରୋର ମାନବବାହୀ ଗଗନଯାନ ପାଇଁ ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଓ ଡାକ୍ତରୀ ସହାୟତା ଦେବେ ରୁଷ୍‌ ଓ ଫ୍ରାନ୍ସ

ନୂଆଦିଲ୍ଲୀ: ୨୦୨୨ରେ ଭାରତ ମହାକାଶକୁ ପ୍ରେରଣ କରିବାକୁ ଯାଉଥିବା ମାନବବାହୀ ମହାକାଶ ଅଭିଯାନ ‘ଗଗନଯାନ’ ପାଇଁ ରୁଷ୍‌ ଏବଂ ଫ୍ରାନ୍ସ ସହାୟତା କରିବେ। ରୁଷୀୟ ମହାକାଶ ଏଜେନ୍‌ସି ରୋସ୍‌କୋସ୍‌ମସ୍‌ ୪ ଜଣ ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଦେବ ଯେଉଁଥିରୁ ତିନି ଜଣଙ୍କୁ ଭାରତର ମାନବବାହୀ ମହାକାଶ ଅଭିଯାନରେ ପ୍ରେରଣ କରାଯିବ। ଫ୍ରାନ୍ସ ସେମାନଙ୍କୁ ଡାକ୍ତରୀ ତାଲିମ ସହାୟତା ଯୋଗାଇ ଦେବ।

ଏହି ଡାକ୍ତରୀ ସହାୟତା ତାଲିମ୍‌ ଫ୍ରାନ୍ସ ଓ ଭାରତରେ ଦିଆଯିବ।

Image Source: Moneycontrol

ୟୁରି ଗାଗାରିନ୍‌ ମହାକାଶଚାରୀ ତାଲିମ କେନ୍ଦ୍ରରେ ଚାରି ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଦେବାକୁ ଆନ୍ତର୍ଜାତିକ ମହାକାଶ ପ୍ରକଳ୍ପ ପରିଚାଳନା କରୁଥିବା ରୋସ୍‌କସ୍‌ମସ୍‌ର ସହାୟକ ସଂସ୍ଥା ଗ୍ଲାଭ୍‌କସ୍‌ମସ୍‌ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ସହ ଚୁକ୍ତି ସ୍ୱାକ୍ଷର କରିଛି।

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ଙ୍କ ମସ୍କୋ ଗସ୍ତ ସମୟରେ ରୋସ୍‌କସ୍‌ମସ୍‌ର ମହାନିର୍ଦେଶକ ଡିମ୍‌ତ୍ରି ରୋଗୋଜିନ୍‌ଙ୍କୁ ଭେଟିବା ପରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।

ରାଜିନାମାନ ଅନୁସାରେ ରୁଷ୍‌ ଭାରତୀୟ ମହାକାଶଯାନ ପାଇଁ ଝରକା, ମହାକାଶଚାରୀଙ୍କ ସିଟ୍‌ ଏବଂ ସ୍ପେସ୍‌ସୁଟ୍‌ ଯୋଗାଇ ଦେବ ବୋଲି ରୋସ୍‌କସ୍‌ମସ୍‌ ଏକ ବିବୃତିରେ କହିଛି।

ସମ୍ବନ୍ଧିତ ଖବର