ମସ୍କୋ: ଯୁଦ୍ଧ ଆକ୍ରାନ୍ତ ୟୁକ୍ରେନରେ ଫସି ରହିଥିବା ବିଦେଶୀ ନାଗରିକମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଲାଗି ସାଢ଼େ ୫ଘଣ୍ଟା ଅସ୍ତ୍ରବିରତି ଘୋଷଣା କରିଛି ରୁଷ। ୟୁକ୍ରେନର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବହୁ ସଂଖ୍ୟାରେ ବିଦେଶୀ ନାଗରିକ ଫସି ରହିଛନ୍ତି, ସେମାନଙ୍କୁ ନିରାପଦ ଭାବେ ଯୁଦ୍ଧମୁକ୍ତ ଅଞ୍ଚଳକୁ ଚାଲିଯିବା ଲାଗି କୋହଳ ଦେଇଛି ରୁଷ। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାରତୀୟ ସମୟ ମଧ୍ୟାହ୍ଣ ୧୨.୩୦ରୁ ଏହି ଅସ୍ତ୍ରବିରତି ଆରମ୍ଭ ହୋଇଛି।

Advertisment

ସୂଚନା ଅନୁସାରେ, ସାଧାରଣ ନାଗରିକମାନେ ୟୁକ୍ରେନୀୟ ନଗରୀ ମାରିଉପୋଲ୍ ଏବଂ ଭୋଲ୍ନୋଭାଖା ଛାଡ଼ି ଚାଲିଯିବାକୁ ସୁଯୋଗ ଦେବା ପାଇଁ ସାମୟିକ ଭାବେ ଅସ୍ତ୍ରବିରତି ଘୋଷଣା କରିବା ପରେ ସେଠାରେ ଜନସ୍ଥାନାନ୍ତରଣ ଆରମ୍ଭ ହୋଇଛି। ରୁଷର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥାନ ‘ସ୍ପୁଟ୍ନିକ୍’ ରିପୋର୍ଟ ଅନୁସାରେ, ଆଜି ମାର୍ଚ୍ଚ ୫ ତାରିଖ ମସ୍କୋ ସମୟ ପୂର୍ବାହ୍ନ ୧୦ଟା ବେଳେ ରୁଷୀୟ ପକ୍ଷ ଅସ୍ତ୍ରବିରତି ଘୋଷଣା କରିବା ସହ ମାରିଉପୋଲ୍ ଏବଂ ଭୋଲ୍ନୋଭାଖାରୁ ସାଧାରଣ ନାଗରିକମାନଙ୍କ ପ୍ରସ୍ଥାନ ଲାଗି ମାନବୀୟ କରିଡର୍ ଉନ୍ମୁକ୍ତ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

Russia - Ukraine war live updates today: Zaporizhzhia nuclear plant fire,  Kherson falls, peace talks, Kharkiv, NATO, no-fly zone... - AS.com

ଏହାକୁ ୟୁକ୍ରେନୀୟ ପକ୍ଷ ମଧ୍ୟ ସମ୍ମତି ପ୍ରଦାନ କରିଛି। ୟୁକ୍ରେନୀୟ ରାଷ୍ଟ୍ରପତୀୟ ସହଯୋଗୀ ମିଖାଇଲ୍ ପୋଡୋଲିୟାକ୍ କହିଛନ୍ତି ଯେ, ମାରିଉପୋଲ୍ରୁ ୨ ଲକ୍ଷ ଏବଂ ଭୋଲ୍ନୋଭାଖାରୁ ୨୦ ହଜାର ଜନତାଙ୍କୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ ଚାଲିଛି।

ଅନ୍ୟପକ୍ଷରେ ବାହାର ଦେଶରେ ଥିବା ୟୁକ୍ରେନୀୟମାନେ ଋଷ ସହ ଲଢେଇ ପାଇଁ ବିଦେଶରୁ ଫେରୁଛନ୍ତି। ପାଖାପାଖି ୬୬ ହଜାର ଲୋକ ନିଜ ଦେଶକୁ ଫେରୁଥିବାର ଖବର ଆସିଛି। ଋଷର ଆକ୍ରମଣ ହେତୁ ବିଦେଶ ଯାଇଥିବା ୟୁକ୍ରେନୀୟମାନେ ଏବେ ନିଜ ଦେଶକୁ ଫେରୁଛନ୍ତି। ସେମାନଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ବୋଲି କୁହାଯାଉଥିବାବେଳେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଯେ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଋଷ ସୈନିକମାନଙ୍କ ସହିତ ଯୁଦ୍ଧ କରିବେ।