ମସ୍କୋ : ୟୁକ୍ରେନରେ ରୁଷ୍‌କୁ ଲଗାତାର ସାମରିକ ଝଟ୍‌କା ମିଳିବାପରେ ଏବଂ କିଛି ପ୍ରମୁଖ ଅଞ୍ଚଳକୁ ରୁଷ୍‌ଠାରୁ ୟୁକ୍ରେନ ପୁର୍ନଦଖଲ କରୁଛି। ଏଥିପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ରୁଷ୍‌ରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି।। ଆଜି ପୁଣି କ୍ରିମିଆରୁ ରୁଷ୍‌କୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍‌ରେ ବିସ୍ଫୋରଣ ଜଟିଳ ସ୍ଥିତି ସୃଷ୍ଟି କରିଛି।।

Advertisment

ଜାପୋରିଝିଆ ଏବଂ ଖାରକିଭରେ ରୁଷ୍‌ ସୈନିକଙ୍କୁ ଏହି ବ୍ରିଜ୍‌ ଦ୍ବାରା ସାମରିକ ଉପକରଣ ଯୋଗାଣ କରାଯାଉଥିଲା। ବ୍ରିଜ୍‌ଟି ସାମରିକ ଦୃଷ୍ଟିକୋଣରୁ ରୁଷ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜି ଏହି ବ୍ରିଜ୍‌ର କିଛି ଅଂଶ ବିସ୍ଫୋରଣରେ ଭୁଶୁଡ଼ି ପଡ଼ିବାପରେ ରୁଷ୍‌କୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। ୟୁକ୍ରେନରେ ସାମରିକ ଅପରେସନ ପାଇଁ ରୁଷ୍‌ ଆଜି ଜଣେ ନୂଆ ଜେନେରାଲଙ୍କୁ ନିଯୁକ୍ତ କରିଛି। ଜେନେରାଲ ସେର୍ଗି ସୁରୋଭିକିନଙ୍କୁ ୟୁକ୍ରେନର ନୂଆ ଜେନେରାଲ ନିଯୁକ୍ତ କରାଯାଇଛି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।