କ୍ରେମଲିନ ଡ୍ରୋନ ଆକ୍ରମଣ ପରେ ରକ୍ତମୁଖା ହେଲା ରୁଷ, ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ, ୧୬ ମୃତ

କିବ୍ : ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ସଂଦିଗ୍ଧ ଡ୍ରୋନ ଆକ୍ରମଣ ପରେ ରକ୍ତମୁଖା ହୋଇଯାଇଛି ରୁଷ । ରୁଷ ପକ୍ଷରୁ ୟୁକ୍ରେନର ଖାରସେନ ସହର ଉପରେ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି । ଏହା ଫଳରେ ୧୬ ଜଣ ଲୋକ ନିହତ ହୋଇଛନ୍ତି ଓ ଆଉ ୨୨ ଜଣ ଆହତ ହୋଇଛନ୍ତି ।

ଡ୍ରୋନ ଆକ୍ରମଣ ପରେ ୟୁ୍କ୍ରେନ ଉପରେ ଅଧିକ ଆକ୍ରମଣ କରିବାକୁ ଧମକ ଦେଇଥିଲା ରୁଷ । ଏହାର କିଛି ଘଣ୍ଟା ପରେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି ।

ରୁଷ ପକ୍ଷରୁ ଦାବି କରାଯାଇଛି ଯେ କ୍ରେମଲିନ ଉପରେ ଆକ୍ରମଣ କରିଥିବା ଦୁଇଟି ଡ୍ରୋନକୁ ଖସାଇଦିଆଯାଇଛି ।

ଅନ୍ୟପକ୍ଷରେ କ୍ରେମଲିନ ଉପରେ ହୋଇଥିବା ଏହି ଡ୍ରୋନ ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ ବୋଲି ୟୁକ୍ରେନ କହିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ମୁଖପାତ୍ର ସେରହି ନାଇକଫରୋଭ କହିଛନ୍ତି ଯେ ଏହି ଡ୍ରୋନ ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ । ୟୁକ୍ରେନ ସେନା କେବଳ ନିଜ ଦେଶକୁ ରକ୍ଷା କରିବାରେ ଲାଗିଛି, ବାହାର ଦେଶ ଉପରେ ଆକ୍ରମଣ କରେ ନାହିଁ । ଏହି ଆକ୍ରମଣ ରୁଷ ପକ୍ଷରୁ ଜାଣିଶୁଣି ନିଜ ଉପରେ କରାଯାଇଛି । ଆଗକୁ ମେ ୯ ( ରୁଷର ବିଜୟ ଦିବସ) ଥିବାରୁ ନିଜ ସୈନିକ ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି ।

 

 

 

ସମ୍ବନ୍ଧିତ ଖବର