ୟୁକ୍ରେନୀୟ ସହରମାନଙ୍କ ଉପରେ ଭିନ୍ନ ଭିନ୍ନ ପ୍ରାନ୍ତରୁ ଆକ୍ରମଣ କରୁଛି ରୁଷ୍‌: ୟୁକ୍ରେନ୍‌

ନୂଆଦିଲ୍ଲୀ: ଆଜି ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି ବୋଲି ୟୁକ୍ରେନ୍‌ କହିଛି। କୌଣସି ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା ମଧ୍ୟ ୟୁକ୍ରେନ୍‌ କହିଛି।

ଏଥିସହ, ୟୁକ୍ରେନ୍‌ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛି। କିଏଭ୍‌ ବିମାନ ବନ୍ଦରରୁ ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି।

ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି।

Image Courtesy of India Today

ରୁଷୀୟ ସୈନିକମାନେ ୟୁକ୍ରେନ୍‌ରେ ପ୍ରବେଶ କରି ବିଭିନ୍ନ ସ୍ଥାନ ଦଖଲ କରିଥିବା ରିପୋର୍ଟ ସବୁ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ଜଣାପଡୁଛି। ଆମେରିକାର ‘ବିଏନ୍‌ଓ ନିଉଜ୍‌’ ରିପୋର୍ଟ ଅନୁସାରେ, ୟୁକ୍ରେନୀୟ ବନ୍ଦର ନଗରୀ ମାରୁୢପୋଲ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି।

Image Courtesy of India Today

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ବେସାମରିକ ନାଗରିକ ନୁହେଁ, ୟୁକ୍ରେନ୍‌ର ସାମରିକ ଭିତ୍ତିକୁ ଅକାମିକା କରିବା ଲାଗି ରୁଷ୍‌ ଲକ୍ଷ୍ୟଭେଦୀ ଅସ୍ତ୍ର ପ୍ରୟୋଗ କରୁଛି।

ସେପଟେ, ୟୁକ୍ରେନ୍‌ ମଧ୍ୟ ରୁଷ୍‌ ସେନାକୁ ପ୍ରତିରୋଧ କରିବା ଲାଗି ବିମାନ ଆକ୍ରମଣ ସାଇରନ୍‌ ବଜାଉଛି। ୟୁକ୍ରେନୀୟ ସାଂସଦ ସୋଫିଆ ଫେଦିନା କହିଛନ୍ତି ଯେ, ତାଙ୍କ ଦେଶବାସୀ ଦେଶର ସୁରକ୍ଷା କରିବାରୁ ନିବୃତ ହେବେନାହିଁ। ପୁଟିନ୍‌ ନିଶ୍ଚୟ ଫେରିଯିବେ। ଆକ୍ରମଣକାରୀ ସହ କୌଣସି ଆଲୋଚନା କରିବା ଅନୁଚିତ।

ସମ୍ବନ୍ଧିତ ଖବର