ସିରିଆରେ ଋଷିଆର ବିମାନ ଆକ୍ରମଣ:୨୧ ଶିଶୁ ସମେତ ୫୩ ମୃତ

ବିରୁଟ୍‌(ଲେବାନନ): ଆତଙ୍କବାଦୀ ସଂଗଠନ ଆଇଏସ୍‌ ଉପଦ୍ରୁତ ସିରିଆର ଦାୟର ଏଜ୍ଜର ସହରରେ ଆଜି ଋଷିଆ ବିମାନ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୨୧ ଜଣ ଶିଶୁ ସମେତ ମୋଟ ୫୩ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଇଏସ୍‌ ଆତଙ୍କବାଦୀମାନେ ନିଜ କବ୍‌ଜାରେ ରଖିଥିବା ଦାୟର ଏଜ୍ଜର ପ୍ରଦେଶ ଅନ୍ତର୍ଗତ ୟୁଫ୍ରେଟିସ୍‌ ନଦୀର ପୂର୍ବ ଉପକୂଳ ସ୍ଥିତ ଅଲ୍‌-ସଫାହ ଗାଁକୁ ନିଶାଣ କରି ଋଷିଆ ବାୟୁସେନା ପକ୍ଷରୁ ରବିବାର ସକାଳେ ଏହି ଆକ୍ରମଣ ହୋଇଥିଲା। ଉଲ୍ଲେଖ ଥାଉ କି, ସିରିଆ ରାଷ୍ଟ୍ରପତି ବସାର-ଅଲ୍‌- ଆସାଦଙ୍କୁ ସମର୍ଥନ କରୁଥିବା ଋଷିଆ ସେଠାରେ ବିଦ୍ରୋହୀମାନଙ୍କୁ ନିପାତ କରିବା ଲାଗି ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ତେବେ ବେଳେ ବେଳେ ବିଦ୍ରୋହୀଙ୍କ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ ନହୋଇ ଜନବସତି ଅଞ୍ଚଳରେ ହେଉଥିବାରୁ ସାଧାରଣ ନାଗରିକ ଏଥିରେ ବଳି ପଡୁଛନ୍ତି।

ସମ୍ବନ୍ଧିତ ଖବର