ୟୁକ୍ରେନ ନିଜେ କ୍ଷେପଣାସ୍ତ୍ର ମାଡ଼ କରି ଆମ ଦୋଷ ଦେଉଛି : ରୁଷ୍

ମସ୍କୋ : ୟୁକ୍ରେନ ରାଜଧାନୀ କିବ୍ ଉପରେ ହୋଇଥିବା ଘନ ଘନ କ୍ଷେପଣାସ୍ତ୍ର ମାଡ଼ ଫଳରେ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସହରରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଏହି ଆକ୍ରମଣ ପାଇଁ ୟୁକ୍ରେନ ସମେତ ପାଶ୍ଚାତ୍ୟ ଦେଶ ରୁଷକୁ ଦାୟୀ କରୁଥିବାବେଳେ ରୁଷ ଅଲଗା କଥା କହିଛି ।

ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ତାଙ୍କ ସେନା ପକ୍ଷରୁ କିବ ଉପରେ ଗୋଟିଏ ବି କ୍ଷେପଣାସ୍ତ୍ର ମାଡ଼ କରାଯାଇନାହିଁ । ବରଂ ୟୁକ୍ରେନ ଓ କେତେକ ବିଦେଶୀ ଏୟାର ଡିଫେନ୍ସ ସିଷ୍ଟମରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଯୋଗୁଁ ଏହି କ୍ଷତି ହୋଇଛି ।

ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ କହିଥିଲେ ଯେ କିବର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଫେରି ପାଇବାର ଉଦ୍ୟମ ନୂଆ  କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି ।  ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ୩ ଜଣ ନିହତ ହୋଇଛନ୍ତି ।

ଅନ୍ୟପକ୍ଷରେ କିବ୍ର  ମେୟର କହିଛନ୍ତି ଯେ “ରାଜଧାନୀର ସତୁରି ପ୍ରତିଶତ ଅଂଚଳ ବିନା ବିଦ୍ୟୁତରେ ରହିଛି । ଶକ୍ତି କମ୍ପାନୀଗୁଡିକ ଯଥାଶୀଘ୍ର ବିଦ୍ୟୁତ ସରବରାହ ଆରମ୍ଭ କରିବାକୁ ସମସ୍ତ ପ୍ରୟାସ କରୁଛନ୍ତି ।

ସମ୍ବନ୍ଧିତ ଖବର