ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କଲା ରୁଷ

ମସ୍କୋ : ୟୁକ୍ରେନ ଯୁଦ୍ଧରେ ରୁଷ ଏକ ବଡ଼ ସଫଳତା ହାସଲ କରିଛି । ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କରିଛି ରୁଷ ସେନା । ଏ ସମ୍ପର୍କରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ରୁଷ ସେନା ଓ ଡୋନେକ୍ସ ପିପୁଲ୍ସ ରିପବ୍ଲିକର ବିଦ୍ରୋହୀମାନେ ମିଳିତ ଭାବେ କ୍ରାସନି ଲାଇମାନ ସହରକୁ ୟୁକ୍ରେନ କବଳରୁ ‘ମୁ୍କ୍ତ’ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବ ୟୁରୋପରେ ଅବସ୍ଥିତ ଲାଇମାନ ସହରର ପୁରୁଣା ସୋଭିଏତ ନାମ ହେଉଛି କ୍ରାସନି ଲାଇମାନ । ଏହାର ଲୋକସଂଖ୍ୟା ମାତ୍ର ୨୦ ହଜାର ଥିଲେ ବି ରାଜଧାନୀ କିବ୍ ରାସ୍ତାରେ ପଡ଼ୁଥିବାରୁ ସାମରିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ବ ରହିଛି । ପୁଣି ପଶ୍ଚିମ ୟୁରୋପରେ ଅବସ୍ଥିତ କିଛି ଗୁରୁତ୍ବପୂର୍ଣ୍ଣ ସହରକୁ ରାସ୍ତା ଏହି ଲାଇମାନ ଦେଇ ଯାଇଥାଏ। ସୋଭିଏତ ସମୟରେ ଏହା ଏକ ଶିଳ୍ପ ସମୃଦ୍ଧ ନଗରୀ ଥିଲା ଓ ଏହା ରେଳ କାରଖାନା ପାଇଁ ପ୍ରସିଦ୍ଧ ।

ଏହାକୁ ଅଧିକାର କରିବା ପରେ ଡନବାସ ଅଧିକାର କରିବାକୁ ଚାହୁଁଥିବା ରୁଷ ସେନା ପାଇଁ ସ୍ଥିତି ସୁବିଧାଜନକ ହେବ ।

ଅନ୍ୟପକ୍ଷରେ  ସେଭେରୋଡୋନେସ୍କ ଅଧିକାର ପାଇଁ ରୁଷ ସେନା ନିଜର ଅଭିଯାନକୁ ପ୍ରବଳ କରିଛି । ଏହି ସହର ଉପରେ ରୁଷ ସେନା ପକ୍ଷରୁ ପ୍ରବଳ ବୋମା ମାଡ଼ କରାଯାଉଛି ।

ସମ୍ବନ୍ଧିତ ଖବର