କୋଚିରେ ଧରାପଡିଲା ଋଷ ଜାହାଜ, ଭାରତୀୟ ସେନା ପାଇଁ ଆସୁଥିଲା ଅସ୍ତ୍ରଶସ୍ତ୍ର

କୋଚି: ଭାରତରେ ଋଷର ଏକ ମାଲବାହୀ ଜାହାଜକୁ ଧରାଯିବା ଖବର ସାମ୍ନାକୁ ଆସିଛି। ଏହି ଜାହାଜକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋଚି ବନ୍ଦରରେ ଅଟକ ରଖାଯାଇଛି | ଅଟକ ରଖାଯାଇଥିବା ଜାହାଜଟି ଇଷ୍ଟୋନିଆ କମ୍ପାନୀର ହୋଇଥିବାବେଳେ ଭାରତୀୟ ନୌସେନା ପାଇଁ ଏଥିରେ ଅସ୍ତ୍ରଶସ୍ତ୍ର ଆସୁଥିଲା | ମିଳିଥିବା ସୂଚନା ମୁତାବକ ଜାହାଜ ପକ୍ଷରୁ ପ୍ରାୟ ୧.୮୭ କୋଟି ଟଙ୍କା ଇନ୍ଧନ ଦେୟ ନଦେବା କାରଣରୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଋଷୀୟ ଜାହାଜର ନାମ ହେଉଛି ଏମ୍ଭିଏମଏଆଇଏ-୧ | ତେବେ ଋଷର ଦୂତାବାସ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କଠାରୁ ଜବାବ ମାଗିଛି। ଋଷ ଦୂତାବାସ କହିଛି ଯେ ଏହି ଜାହାଜ କମ୍ପାନୀ ପୂର୍ବରୁ ଦେୟ ଦେଇସାରିଛି |

ଏହି ଘଟଣାର ସମ୍ପୂର୍ଣ୍ଣ ସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦୂତାବାସ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ଋଷର ଦୂତାବାସ କହିଛି, “ଭାରତୀୟ କୋଚି ବନ୍ଦରରେ ଋଷର ଏକ ମାଲବାହୀ ଜାହାଜକୁ ଅଟକ ରଖାଯାଇଥିବାର ଜଣାପଡିଛି । ଏହି ଜାହାଜଟି ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ନେଇ ଆସିଥିଲା | ଏଷ୍ଟୋନିଆର କମ୍ପାନୀ ବଙ୍କର୍ ପାର୍ଟନର ଓୟୁ କେସ କରିଥିଲା | ଆଉ ଦାବି କରିଥିଲା ଯେ ଜାହାଜର ମାଲିକଙ୍କ ଉପରେ ବକେୟା ଥିଲା | ତେବେ କୋର୍ଟ କିନ୍ତୁ ଜାହାଜରୁ ସାମଗ୍ରୀ ଅନଲୋଡିଂକୁ ଅନୁମତି ଦେଇଛନ୍ତି |

କାରଣ ଏହାର କେସ ସହିତ କୌଣସି ସମ୍ପର୍କ ନାହିଁ। ଚେନ୍ନାଇରେ ଥିବା ଋଷ କନସୁଲେଟ୍ ଜେନେରାଲ ଏହା ଉପରେ ନଜର ରଖିଛନ୍ତି।” ସୂଚନା ଥାଉ କି ଯେ ଏହି ଜାହାଜଟି ଭାରତୀୟ ନୌସେନା ପାଇଁ ଅସ୍ତ୍ରଶସ୍ତ୍ର ନେଇ ଆସୁଥିଲା | ଆଉ କୋଚିର କାରୁଭେଲିପାଡି ନିବାସୀ ଟିଏକ୍ସ ହ୍ୟାରି ଜାହାଜକୁ ଅଟକ ରଖିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଆଉ ହାଇକୋର୍ଟଙ୍କ ରାୟ ମୁତାବକ ଏହି ଜାହାଜକୁ ଅଟକ ରଖାଯାଇଛି |

ସମ୍ବନ୍ଧିତ ଖବର