“ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ” -କଶ୍ମୀର ପ୍ରସଙ୍ଗରେ ଭାରତକୁ ଦୃଢ ସମର୍ଥନ ଜଣାଇଲା ଋଷିଆ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଭାରତକୁ ଦୃଢ ସମର୍ଥନ ଜଣାଇଛି ଋଷିଆ । ଭାରତରେ ଥିବା ଋଷିଆ ଦୂତାବାସର ଉପମୁଖ୍ୟ ରୋମାନ ବାବୁସକ୍‌ିନ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ସେ ମଧ୍ୟ କହିଛନ୍ତି ଯେ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦକୁ ଦୁଇଦେଶ ସିମଳା ରାଜିନାମା ଓ ଲାହୋର ଘୋଷଣାପତ୍ର ଅନୁସାରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ସମାଧାନ କରିବେ । ଏଥିରେ ଅନ୍ୟ କୌଣସି ଦେଶର କୌଣସି ଭୂମିକା ନାହିଁ ।

ଗତ ଅଗଷ୍ଟ ୧୬ରେ ହୋଇଥିବା ଜାତିସଂଘ ସୁରକ୍ଷା ବୈଠକ ପରେ ଋଷିଆ ପକ୍ଷରୁ ଜାରି ଏକ ବକ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା । ଜାତିସଂଘରେ ଅବସ୍ଥାପିତ ଋଷିଆର ସ୍ଥାୟୀ ଉପ-ପ୍ରତିନିଧି ଡେମିଟ୍ରି ପୋଲିସ୍କି କହିଥିଲେ ଯେ ଭାରତ ପାକିସ୍ତାନ ସିମଳା ରାଜିନାମା ଓ ଲାହୋର ଘୋଷଣାପତ୍ର ଏବଂ ୟୁଏନ ଚାର୍ଟର ମାଧ୍ୟମରେ କରିବା ଆବଶ୍ୟକ । ତେବେ ୟୁଏନ ଚାର୍ଟର (ଜାତିସଂଘ ନିୟମ) କଥା ଉଲ୍ଲେଖ ଥିବାରୁ ଭାରତ ତାହାର ବିରୋଧ କରିଥିଲା । ଏହି ସଂଦେହ ଦୂର ପାଇଁ ଋଷିଆ ପକ୍ଷରୁ ଆଜିର ବକ୍ତବ୍ୟ ଜାରି ହୋଇଛି ।

ସମ୍ବନ୍ଧିତ ଖବର