ମସ୍କୋ : ରୁଷ୍ର ଗୁରୁତ୍ବପୂର୍ଣ୍ଣ ମିସାଇଲ୍ କ୍ରୁଜର ମସ୍କୋଭା ଗତ ସପ୍ତାହରେ କୃଷ୍ଣ ସାଗରରେ ବୁଡ଼ି ଯାଇଥିଲା। ତେବେ ପ୍ରଥମ ଥର ପାଇଁ ରୁଷ୍ ସ୍ବୀକାର କରିଛି ଯେ ମସ୍କୋଭା ବୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୭ ଜଣ ପରିଚାଳକ ଦଳ ନିଖୋଜ ଅଛନ୍ତି। ଏହି ଯୁଦ୍ଧପୋତରେ ଥିବା ୩୮୬ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ରୁଷ୍ କହିଛି। ରୁଷ୍ର ଏହି ମୁଖ୍ୟ ଯୁଦ୍ଧ ଜାହାଜ ବନ୍ଦର ସହର ମାରିୟୁପୋଲ୍କୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ସମୁଦ୍ର ପଥରୁ ରୁଷ୍ ଯୁଦ୍ଧର ନେତୃତ୍ବ ନେଇଥିଲା ମସ୍କୋଭା। ରୁଷ୍ ପୂର୍ବରୁ ଗତ ଏପ୍ରିଲ ୧୩ ତାରିଖରେ କହିଥିଲା ଯେ, ନିଆଁ ଲାଗିଯିବା ଯୋଗୁଁ ମସ୍କୋଭା କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍ କ୍ଷେପଣାସ୍ତ୍ର ମାଡ଼ରେ ମସ୍କୋଭା ଯୁଦ୍ଧଜାହାଜ ବୁଡ଼ି ଯାଇଥିବା ନେଇ ୟୁକ୍ରେନ୍ ଦାବି କରିଥିଲା। ଜାହାଜର ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କରାଯିବାପରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି।
ମସ୍କୋଭା ବୁଡ଼ି ନେଇ ରୁଷ୍ର ସ୍ବୀକାରୋକ୍ତି: ଜଣେ ମୃତ, ୨୭ ପରିଚାଳକ ଦଳ ସଦସ୍ୟ ନିଖୋଜ
/sambad/media/post_attachments/wp-content/uploads/2022/04/54654sfh65sffhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)