ସିରିଆରେ ରୁଷର କଡ଼ା କାର୍ଯ୍ୟାନୁଷ୍ଠାନ, ୩୦ ଆତଙ୍କବାଦୀ ନିହତ

ମସ୍କୋ: ସିରିଆରେ ବିଦ୍ରୋହୀଙ୍କ ଦ୍ୱାରା ଲଢୁଆ ବିମାନକୁ ଫାଇରିଂଙ୍ଗ କରାଯିବା ପରେ ଋଷ ଏହାର କଡ଼ା ଜବାବ ଦେଇଛି। ଋଷିଆର ବାୟୁ ସେନା ୩୦ଜଣ ଆତଙ୍କବାଦୀମାନଙ୍କୁ ନିହତ କରିଛି। ଋଷର ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ‘ଜଭାତ ଅଲ-ନସୁରା’ ଆତଙ୍କବାଦୀ ଗ୍ରୁପ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ ଆକାଶ ମାର୍ଗରେ ବଡ଼ ଧରଣର ଆକ୍ରମଣ ହୋଇଛି। ପୂର୍ବରୁ ସିରିଆ ଆତଙ୍କବାଦୀମାନେ ଆକାଶ ମାର୍ଗରୁ ଋଷର ଏସ୍‌ୟୁ-୨୫ ବିମାନକୁ ଆକ୍ରମଣ କରି ଧ୍ୱଂସ କରାଯାଇଥିଲା।

ଗଣମାଧ୍ୟମ ସଂସ୍ଥା ସିହ୍ନଆରେ ଖବର ଅନୁସାରେ ‘ଜଭାତ ଅଲ-ନୁସରାର ପାଖାପାଖି ୩୦ରୁ ଅଧିକ ଆତଙ୍କବାଦୀ ନିହତ କରାଯାଇଛି।’ ମନ୍ତ୍ରାଳୟ ଶନିବାର କହିଛି, ଲଢୁଆ ବିମାନର ଚାଳକ ବଞ୍ଚି ଯାଇଥିଲେ। କିନ୍ତୁ ଆତଙ୍କବାଦୀଙ୍କ ସହିତ ଭୂପୃଷ୍ଠରେ ଲଢ଼ାଇ ବେଳେ ନିହତ କରାଯାଇଥିଲା। ପାଇଲଟ ସୂଚନା ଦେଇଥିଲେ ଯେ, ପାରାସୁଟ୍‌ ମାଧ୍ୟମରେ ବାହାରି ଯାଇଥିଲେ।

ସମ୍ବନ୍ଧିତ ଖବର