ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ବିପଜ୍ଜନକ ଘୋଷଣା କଲା ରୁଷ୍‌

ମସ୍କୋ: ଅନ୍ତର୍ଜାତୀୟ ମହକାଶ କେନ୍ଦ୍ର (ଆଇଏସଏସ୍‌)ରୁ ରୁଷ୍‌ ଓହରି ଯିବାପାଇଁ ଘୋଷଣା କରିବାର ମାସକ ପରେ ଆଜି ଆଇଏସଏସ ସଂକ୍ରାନ୍ତରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି। ରୁଷ୍‌ କହିଛି ଆଇଏସ୍‌ଏସ୍‌ର ଫ୍ଲାଇଂ ଲା‌‌ବ୍ରୋଟୋରି ବିପଜ୍ଜନକ ଏବଂ ଏହା ବ୍ୟବହାର ଉପଯୁକ୍ତ ନୁହେଁ। ରୁଷ୍‌ ଅନ୍ତରୀକ୍ଷ ଏଜେନ୍ସି ରସ୍‌କସମସ ମୁଖ୍ୟ ୟୁରି ବୋରିସୋଭ କହିଛନ୍ତି, ଫ୍ଲାଇଂ ଲାବ୍ରୋ‌ଟୋରିର ଅନେକ ଉପକରଣର ଅଚଳ ହୋଇଯାଇଛି ଏବଂ କିଛି ପୁରୁଣା ଅଂଶ ପାଇଁ ବଡ଼ ବିପଦ ରହିଛି। ରୁଷ୍‌ ଗତ ମାସ‌ରେ ଆଇଏସଏସରୁ ଓହରିଯିବା ନିଷ୍ପତ୍ତି ଶୁଣାଇବାପରେ ଆଜି ଏଭଳି ଘୋଷଣା କରିଛି । ରୁଷ୍‌ ଏହାର ନୂଆ‌ ମହାକାଶ କେନ୍ଦ୍ର ଆରମ୍ଭ କରିବ। ଦୁଇଟି ପର୍ଯ୍ୟା‌ୟରେ ରୁଷ୍‌ ନିଜର ସ୍ପେସ୍‌ ‌ଷ୍ଟେସନ୍‌ ଆରମ୍ଭ କରିବ ବୋଲି ସୂଚନା ଦେଇଛି।

ସମ୍ବନ୍ଧିତ ଖବର