ଫୋନ୍‌ରେ ପୁଟିନ-ଟ୍ରମ୍ପ କଥାବାର୍ତ୍ତାକୁ ରୁଷ୍‌ର ଅସ୍ବୀକାର

Advertisment

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନ୍‌ ‌ଜରିଆରେ କଥାବାର୍ତ୍ତା ହୋଇଥିବା ଖବରକୁ କ୍ରେମ୍‌ଲିନ୍‌ ସୋମବାର ଖଣ୍ଡନ କରିଛି।

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନ୍‌ ‌ଜରିଆରେ କଥାବାର୍ତ୍ତା ହୋଇଥିବା ଖବରକୁ କ୍ରେମ୍‌ଲିନ୍‌ ସୋମବାର ଖଣ୍ଡନ କରିଛି।

putin trump

Times of India

ମସ୍କୋ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନ୍‌ ‌ଜରିଆରେ କଥାବାର୍ତ୍ତା ହୋଇଥିବା ଖବରକୁ କ୍ରେମ୍‌ଲିନ୍‌ ସୋମବାର ଖଣ୍ଡନ କରିଛି। କ୍ରେମ୍‌ଲିନ କହିଛି, ପୁଟିନ୍-ଟ୍ରମ୍ପଙ୍କ କଥାବାର୍ତ୍ତା ସମ୍ପର୍କିତ ରିପୋର୍ଟ ଅସତ୍ୟ। ବର୍ତ୍ତମାନ ଟ୍ରମ୍ପଙ୍କ ସହ କଥା ହେବା ପାଇଁ ପୁଟିନଙ୍କର କୌଣସି ଯୋଜନା ନାହିଁ। ୱାସିଂଟନ୍ ପୋଷ୍ଟ ପ୍ରଥମେ ରିପୋର୍ଟ କରିଥିଲା ଯେ ଗୁରୁବାର ଏହି କଥାବାର୍ତ୍ତା ହୋଇଛି। ରଏଟର୍ସ ମଧ୍ୟ ଫୋନରେ କଥାବାର୍ତ୍ତା ହୋଇଥିବା ସୂଚନା ଦେଇଛି। 

ନିର୍ବାଚନରେ ଚମତ୍କାର ବିଜୟ ହାସଲ ପରେ ଟ୍ରମ୍ପ ଗତ ଗୁରୁବାର ଫ୍ଲୋରିଡାରେ ଥିବା ତାଙ୍କ ମାର୍-ଏ-ଲାଗୋ ଇଷ୍ଟେଟ୍‌ରୁ ଏହି ଫୋନ୍ କରିଥିଲେ ବୋଲି ୱାସିଂଟନ୍ ପୋଷ୍ଟ ରିପୋର୍ଟ କରିଛି। ରିପୋର୍ଟରେ ଦାବି କରାଯାଇଛି ଯେ କଥାବାର୍ତ୍ତା ସମୟରେ ୟୁକ୍ରେନରେ ଯୁଦ୍ଧକୁ ନ ବଢ଼ାଇବାକୁ ରୁଷ୍ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଆଯାଇଥିଲା। ଆମେରିକୀୟ ଦୈନିକ କହିଛି ଯେ ୟୁକ୍ରେନ୍ ସରକାରଙ୍କୁ ଏହି ଫୋନ୍ କଲ୍ ବିଷୟରେ ଅବଗତ କରାଯାଇଥିଲା ଏବଂ କିବ୍ ଏହାକୁ ବିରୋଧ କରି ନ ଥିଲା କାରଣ କିବ୍ ଅଧିକାରୀମାନେ ବୁଝିଥିଲେ ଯେ ଟ୍ରମ୍ପ ପୁଟିନଙ୍କ ସହ ଯେଉଁ ଆଲୋଚନା କରିବେ, ତାହା ୟୁକ୍ରେନର ହିତରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe