ନୂଆଦିଲ୍ଳୀ: ଋଷରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାପରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୧୨ଟି ରାଷ୍ଟ୍ର ପାଇଁ ବିପଦ ବଢ଼ିଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସୁନାମୀ ବିପର୍ଯ୍ୟୟ ଥମିବ ନାହିଁ ଏବଂ ୧ ମାସ ପର୍ଯ୍ୟନ୍ତ ପରବର୍ତ୍ତୀ କମ୍ପନ ଜାରି ରହିବ ବୋଲି ଆମେରିକାର ଚେତାବନୀ ଲୋକଙ୍କୁ ଆତଙ୍କିତ କରିଛି । ଜାପାନ ପାଇଁ ସବୁଠାରୁ ବଡ଼ ବିପଦ ଆଶଙ୍କା ରହିଥିବାରୁ ସବୁ ଅଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି । ଋଷର କାମ୍ଚାଟ୍କାରେ ଆସିଥିବା ଭୂମିକମ୍ପ ପ୍ୟାସିଫିକ୍ ପ୍ଲେଟ୍ ଓ ୟୁରେସିଆନ ପ୍ଲେଟ୍ ମଧ୍ୟରେ ଥିବା ଜୋନ୍ରେ ଘଟିଥିଲା । ଯାହା ଏକ ଭୂମିକମ୍ପପ୍ରବଣ ବିପଦପୂର୍ଣ୍ଣ ଅଞ୍ଚଳ । ଏହା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ୧୨ଟି ଦେଶରେ ସୁନାମୀ ବିପଦ ସୃଷ୍ଟି କରିଥିବା ବେଳେ ଜାପାନ ହିଁ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ରହିଛି ।
ଆମେରିକାର ହାଓ୍ୱାଇରେ ୫ ଦଶମିକ ୭ ଫୁଟ ଉଚ୍ଚ ସୁନାମୀ ଆସିଥିବା ବେଳେ କାଲିଫର୍ଣ୍ଣିଆ, ଓରେଗନ୍ ଓ ଆଲାସ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏତେ ବଡ଼ ସୁନାମୀ ବିପଦ ଭିତରେ ରୁଷରେ କୌଣସି ଜୀବନ ହାନି ଘଟିନାହିଁ । ଋଷର ମଜଭୁତ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏହା ସମ୍ଭବ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/31/new-project-9-2025-07-31-16-30-26.jpg)