ରୁଷିଆ ବିମାନ ଦୁର୍ଘଟଣାରେ ୪୧ ମୃତ

ମସ୍କୋ: ମସ୍କୋର ସେରେମେତ୍ୟେଭୋ ବିମାନବନ୍ଦରେ ଜରୁରୀକାଳୀନ ଅବତରଣ ବେଳେ ବିମାନ ଦୁର୍ଘଟଣା ଘଟି ୨ ଜଣ ଶିଶୁଙ୍କ ସମେତ ୪୧ ଜଣ ପ୍ରାଣ ହରାଇଛନ୍ତି। ସୁଚନା ଅନୁଯାୟୀ, ୫ ପାଇଲଟଙ୍କ ସମେତ ୭୮ ଜଣ ଯାତ୍ରୀଙ୍କୁ ନେଇ ରୁଷିଆ ନିର୍ମିତ ଏରୋ‌େଫ୍ଲାଟ୍‌ର ସୁକୋଇ ସୁପର୍‌ଜେଟ୍‌ ୧୦୦ ବିମାନ ରବିବାର ଉଡାଣ ଭରିଥିଲା। ତେବେ କିଛି ସମୟ ପରେ ପାଇଲଟ ବିମାନଟି ସଂକଟରେ ପଡିଥିବା ସୂଚନା ଦେଇଥିଲେ। ଏହାପରେ ବିମାନଟି ସେରେମେତ୍ୟେଭୋ ବିମାନବନ୍ଦରକୁ ଫେରିଆସିଥିଲା। ପ୍ରଥମ ଉଦ୍ୟମରେ ବିମାନଟି ଅବତରଣ କରିପାରିନଥିଲା। ଦ୍ବିତୀୟ ଥର ଏହା ଜରୁରୀକାଳୀନ ଅବତରଣ କରିବାରେ ସଫଳ ହୋଇଥିଲା। ତେବେ ଅବତରଣ ପରେ ବିମାନର ସମ୍ମୁଖ ଭାଗ ତଳେ ପିଟି ହୋଇଯାଇଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଦୁର୍ଘଟଣା ବେଳେ ବିମାନରେ ଇନ୍ଧନ ଭର୍ତ୍ତି ହୋଇଥିଲା। ଏଥି ଯୋଗୁଁ ଅବତରଣ ପରେ ଦୁର୍ଘଟଣା ଯୋଗୁ ଏହା ଜଳିଯାଇଥିଲା।

ଏହି ଦୁର୍ଘଟଣାରେ ୨ ଜଣ ଶିଶୁଙ୍କ ସମେତ ୪୧ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୭୮ ଜଣଙ୍କ ମଧ୍ୟରୁ ୩୭ ଜଣ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ମଧ୍ୟ ୧୧ ଜଣ ଆହତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଡିମିତ୍ରି ମତଭେୟାବ ସୂଚନା ଦେଇଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଦୁର୍ଘଟଣାର କାରଣ ଏଯାବତ ସ୍ପଷ୍ଟ ହୋଇଛି। ତେବେ ଜଣେ ଯାତ୍ରୀ ପୀଟର ଏଗରଭ୍‌ଙ୍କ ବୟାନ ଅନୁଯାୟୀ ବିମାନଟି ଉଡାଣ ଭରିବା ପରେ ବିଜୁଳି ମାଡ ହୋଇଥିଲା। ଏହା ପରେ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା କିନ୍ତୁ ଏହା ବହୁତ କଷ୍ଟକର ହୋଇଥିଲା। କାରଣ ଏୟାର ଟାୱାରକୁ ସଙ୍କଟର ସୂଚନା ଦେବା ପରେ ବିମାନ ସହ ସବୁ ସମ୍ପର୍କ କଟିଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନ ସୁକୋଇ ସୁପର୍‌ଜେଟ୍‌ ୧୦୦ ରୁଷିଆରେ ନିର୍ମିତ ହୋଇଥିବା ବେଳେ ଏହା ବିକ୍ରୀହୋଇପାରୁନଥିଲା। ଫଳରେ ରୁଷିଆ ରିହାତି ଘୋଷଣା କରିବା ପରେ ଏରୋ‌େଫ୍ଲାଟ୍‌ ଉକ୍ତ ବିମାନଗୁଡି଼କର ମୁଖ୍ୟ ପରିଚାଳନା ଦାୟିତ୍ୱ ନେଇଥିଲା।

ସମ୍ବନ୍ଧିତ ଖବର