ୟୁକ୍ରେନ୍‌କୁ ଚାରି ପଟୁ ଘେରିଲା ରୁଷ୍‌, ଯୁଦ୍ଧ ଜାହାଜ ପଠାଇବାକୁ ଆମେରିକା ପ୍ରସ୍ତୁତ

ୟୁରୋପରେ ହାଇ ଆଲର୍ଟ ସ୍ଥିତି

ମସ୍କୋ: ୟୁକ୍ରେନ୍‌କୁ ଏବେ ରୁଷ୍‌ ସେନା ଚାରି ପଟୁ ଘେରି ରହିଛନ୍ତି। ୟୁରୋପ୍‌କୁ ଲାଗିଥିବା ୟୁକ୍ରେନ୍‌ର ସମସ୍ତ ସୀମାକୁ ରୁଷ୍‌ର ସ୍ଥଳସେନା ଏବଂ ବାୟୁସେନା ଘେରି ରହିଥିବାରୁ ୟୁରୋପରେ ହାଇ ଆଲର୍ଟ ସ୍ଥିତି ଉପୁଜିଛି। ୟୁକ୍ରେନକୁ ସଂପୂର୍ଣ୍ଣ ବରବାଦ କରିଦିଆଯିବ ବୋଲି ରୁଷ୍‌ ଗତକାଲି ଚେତାବନୀ ଦେବାପରେ ଆମେରିକା କୃଷ୍ଣ ସାଗରରେ ନିଜର ଦୁଇଟି ବିଶାଳ ଯୁଦ୍ଧ ଜାହାଜ ପଠାଇବାକୁ ପ୍ରସ୍ତୁତି କରିଛି।

ପୂର୍ବ ୟୁରୋପ୍‌ର ବିବାଦୀୟ ଅଂଚଳ ଡୋନ୍‌ବାସ୍‌ରେ ରୁଷ୍‌ର ସୈନ୍ୟ ମୁତୟନ ରହିଛନ୍ତି ଏବଂ ଯେ କୌଣସି ସମୟରେ ବଡ଼ ଆକ୍ରମଣ ଆରମ୍ଭ କରିପାରନ୍ତି ବୋଲି ୟୁରୋପୀୟ ସଂଘ ଆଶଙ୍କା କରୁଛି । ଆମେରିକାର ଯୁଦ୍ଧ ଜାହାଜ ୧୫ ଏପ୍ରିଲ୍‌ରେ ତୁର୍କୀ ଅତିକ୍ରମ କରିବ ଏବଂ ଏହା ପହଞ୍ଚିବା ପରେ ଉତ୍ତେଜନା ଆହୁରି ବଢ଼ିବ। ଆଜି ଆମେରିକା ମଧ୍ୟ ରୁଷ୍‌କୁ ଚେତାବନୀ ଦେଇ କହିଛି ଯେ ୟୁକ୍ରେନ୍‌ ଉପରେ ଆକ୍ରମଣ ହେଲେ ଏହାର ପରିଣାମ ରୁଷ୍‌କୁ ଭୋଗିବାକୁ ହେବ ।

ସମ୍ବନ୍ଧିତ ଖବର